
ଖୋର୍ଦ୍ଧା,ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଇଣ୍ଡୋ ନିସିନ ପ୍ରାଇଭେଟ୍ କମ୍ପାନୀରେ ବିଭିନ୍ନ ସମସ୍ୟା ନେଇ ଶ୍ରମିକ ଆନ୍ଦୋଳନ କରିଛନ୍ତି।ତେବେ ସଠିକ ଭାବେ ଦରମା ମିଳୁନଥିବା ଅଭିଯୋଗରେ କାର୍ଯ୍ୟବନ୍ଦ କରି ଶତାଧିକ ଶ୍ରମିକ ଆନ୍ଦୋଳନରେ ବସିଛନ୍ତି ।ଅଭିଯୋଗ ଅନୁଯାୟୀ ଶ୍ରମିକଙ୍କ ଉପସ୍ଥାନ ପାଇଁ ଲାଗିଥିବା ବାୟୋମାଟ୍ରିକ ମେସିନ ସଠିକ୍ ଭାବେ କାମ କରୁନଥିବା ବେଳେ ବିଭିନ୍ନ ଆଳ ଦେଖାଇ କମ୍ପାନୀ ଦରମାକାଟ ସହିତ ଛୁଟିଦିନ ମାନଙ୍କରେ ମଧ୍ୟ ଶ୍ରମିକଙ୍କୁ ଖଟାଉଥିବାର ଅଭିଯୋଗ ହୋଇଛି।ତେବେ ଶ୍ରମିକ ଅସନ୍ତୋଷ କୁ ଦୃଷ୍ଟିରେ ରଖି କମ୍ପାନୀ କର୍ତ୍ତୃପକ୍ଷ ଓ ଶ୍ରମିକ ମାନଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି।ଏପରିକି ଶ୍ରମିକ ମାନଙ୍କ ଅସନ୍ତୋଷ କୁ ପ୍ରଶମିତ କରିବା ପାଇଁ ଶିଳ୍ପାଞ୍ଚଳ ଥାନା ପକ୍ଷରୁ ଉଦ୍ୟମ ଜାରି ରହିଛି।