-
ଥାନା ଅଧିକାରୀଙ୍କ ମାଡରେ ସିକ୍ୟୁରିଟଇ ସଂସ୍ଥା ମାଲିକ ଲହୁଲୁହାଣ
ରାଉରକେଲା, ରାଉରକେଲା ଜିଲ୍ଲା ପୁଲିସିସର ନିୟନ୍ତ୍ରଣ ରହୁନି,ଫ ଥାନା ଗୁଡିକରେ କଣ ଚାଲିଛି ସେ ନେଇ ବରିଷ୍ଠ ଅଧିକାରୀ ମାନେ ଖବର ରଖୁ ନାହାନ୍ତି, ଫଳରେ ଲୋକଙ୍କ ଉପରେ ପୁଲିସିର ଅତ୍ୟାଚାର ବଢିଚାଲିଛି । ବନ୍ଧମୁଣ୍ଡା ଥାନା ଅଧିକାରୀ ଜଣେ ସିକ୍ୟୁରିଟି ବାଲାଙ୍କୁ ଥାନାକୁ ଡାକି ବାଡେଇ ତାଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଫଟେଇଦେଇଥିବା ଅଭିଯୋଗ ପୁଣି ଲୋକ ଲୋଚନକୁ ଆସିଛି ।
ଅଭିଯୋଗରୁ ପ୍ରକାଶ ଯେ ବିଲକେନ ଭେଂଗରା ନାମକ ବନ୍ଧମୁଣ୍ଡା ଡି କ୍ୟାବିନ ନିବାସୀ, ତାଙ୍କର ଏକ ସିକ୍ୟୁରିଟି ସଂସ୍ଥା ରହିଛି , ସେ ବିହାର ଅଂଚଳର କିଛି ପିଲାଙ୍କୁ ଚାକିରୀ ଦେବା ନାମରେ ସେମାନଙ୍କ ଠାରୁ ଅର୍ଥ ଆଦାୟ କରିଥିଲେ । ଏନେଇ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ଥାନା ବାବୁ ବିଲକେନକୁ ରାତି ୯ଟାରେ ଥାନାକୁ ଡାକି ନିସ୍ତୁକ ମାଡ ମାରିବା ସହ ରାତି ୧୧ଟା ଯାଏ ନିର୍ଯାତନା ଦେଇ ଧମକ ଚମକ ଦେଇ ଥାନାରୁ ଛାଡି ଦେଇଥିଲେ । ଏଥିରେ ବିଲକେନ ଅସୁସ୍ଥ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେବା ସହ ଘଟଣା ସଂପର୍କରେ ରାଉରକେଲା ଏସପିଙ୍କର ଦୃଷ୍ଟି ଆର୍କଷଣ କରିଛନ୍ତି । ଅବସର ପ୍ରାପ୍ତ ପୁଲିସି ଅଧିକାରୀ ମାନଙ୍କ କହିବା କଥା ଯଦି ଏଭଳି ଅଭିଯୋଗ ଆସିଲା ତାକୁ ତଦନ୍ତକରି ତାଙ୍କ ବିରୋଧରେ ମାମାଲା କରାଯାଇପାରିଥାନ୍ତା , ମାଡ ଦେବାକୁ ତାଙ୍କୁ ଅଧିକାର ଦେଲା କିଏ ? ତେବେ ରାଉରକେଲା ପୁଲିସି ଜିଲ୍ଲାରେ ଏଭଳି ଅତ୍ୟାଚାର ଥାନା ବାଲାଙ୍କ ଦ୍ୱାରା ବଢିଚାଲିଥିବା ବେଳେ , ଥାନାରେ ପୋଷ୍ଟିଂ ଦେବା ବେଳେ ଅଫିସର ମାନଙ୍କୁ ସଠିକ ଜଜ୍ କରାଯାଉନଥିବାରୁ ଏଭଳି କାରବାର ବଢିଚାଲିଥିବା କୁହାଯାଉଛି , ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।