କନ୍ଧମାଳ ,କିଛି ଦିନର ନୀରବତା ପରେ ପୁଣି ସକ୍ରିୟ ଲାଲ ବାହିନୀ । ବୁଧବାର ବିଳମ୍ବିତ ରାତିରେ ଦଶରୁ ଅଧିକ ମାଓବାଦୀ ଘରୁ ଡ଼ାକିନେଇ ତାଙ୍କର ବାରି ପଟରେ ହିଁ ଗୁଳିକରି ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ । ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମରବନ୍ଧ ପଞ୍ଚାୟତର ସାଉଲ୍ ପଡ଼ାଠାରେ ଘଟିଛି ଘଟଣା । ମୃତକ ହେଉଛନ୍ତି ପୂର୍ବତନ ସରପଞ୍ଚ ସୁବଳ କହଁର। ସୁବଳ ଘରେ ଶୋଇଥିବା ସମୟରେ ମାଓବାଦୀ ଘରୁ ଡାକି ନେଇ ତାଙ୍କ ଘରଠାରୁ ୨୦୦ ମିଟର ଦୂରରେ ପାଖାପାଖି ପାଞ୍ଚ ରାଉଣ୍ଡ ଗୁଳି କରି ହତ୍ୟା କରିଛନ୍ତି । ଆଗରୁ ସେ ମାଓବାଦୀଙ୍କ ଟାର୍ଗେଟରେ କୁଆଡେ ଥିଲେ । କେଉଁ କାରଣରୁ ସୁବଳକୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ସେଇ ଗ୍ରାମ ଜନଶୂନ୍ୟ ହୋଇ ଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିନାହିଁ ମାଓବାଦୀଙ୍କ ଟାର୍ଗେଟରେ ଥିବା ନେଇ ସୁବଳ ଜାଣିବାପରେ ସେ ଗାଁ ଛାଡି ବାଲିଗୁଡା ଅଂଚଳରେ ରହୁଥିଲେ । ତେବେ ଗାଁ ନିକଟରେ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ କିଛିଦିନ ହେଲା ଦଣ୍ଡ ଯାତ୍ରା ସମୟରୁ ଗାଁ କୁ ଆସି ଘରେ ରହୁଥିଲେ ସୁବଳ।
Related Stories
November 1, 2024