ଭୁବନେଶ୍ୱର,ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟ କର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିବା ଜଣା ପଡିଛି । କେନ୍ଦୁଝର , ଭୁବନେଶ୍ୱର ଏବଂ ପୈତୃକ ଗ୍ରାମ ନମ୍ବିରାରେ ଏକକାଳୀନ ଚଢ଼ଉ ହେଉଥିବା ସୂଚନା ରହିଛି।
ମିଳିଥିବା ସୂଚନା ଅନୁସାରେ ମୋଟ ୧୦ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଉଛି। ଏଥିରେ ବିଭାଗର ୨୦ଜଣିଆ ଟିମ୍ ସାମିଲ ଥିବା କୁହାଯାଉଛି। ସୂଚନାଯୋଗ୍ୟ, ସନାତନ ମହାକୁଡ଼ ୨୦୧୪ରୁ ୨୦୧୯ ଯାଏ ଚମ୍ପୁଆର ବିଧାୟକ ଥିଲେ।