ଧର୍ମଶାଳା : ଯାଜପୁର ବ୍ଲକ ଅନ୍ତର୍ଗତ ଝାଲପଡା ପଂଚାୟତ କାକୁଡିକୁଦ-ନୀଳକଣ୍ଠପୁରସ୍ଥ ସତ୍ୟସାଇ ଖେଳ ପଡିଆରେ ଚାଲିଥିବା ୩୫ତମ ସତ୍ୟସାଇ କ୍ରିକେଟ୍ ଟୁର୍ଣ୍ଣାମେଂଟରେ ଆଜିର ମ୍ୟାଚରେ ଜେଡିସିସି ରାଉରକେଲାକୁ ହରାଇ ୫୫ ରନରେ ହରାଇ ମା ବଟ ମଙ୍ଗଳା କି୍ରକେଟ କ୍ଲବ ଗୋଳକୁଣ୍ଡ ସେମିଫାଇନାରେ ପ୍ରବଶେ କରିଛି । ବିଏମସିସି ଟସ୍ରେ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ୯ ଉଇକେଟ୍ ହରାଇ ୧୯୯ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଜ୍ୟୋତି ଆଚାର୍ଯ୍ୟ ସର୍ବାଧିକ ୫୩ ଓ ଦିବ୍ୟ ଜ୍ୟୋତି ସାମଲ ୨୩ ରନ ସଂଗ୍ରହ କରିଥିବା ବିପକ୍ଷ ଦଳର ବୋଲର ସୁନିଲ ପ୍ରଧାନ ୪୦ ରନ ଦେଇ ୪ଗୋଟି ଓ ସନ୍ତୋଷ ମହାରଣା ୪୧ ରନ ଦେଇ ୩ଟି ଉଇକେଟ ନେଇଥିଲେ । ୨୦୦ ରନର ବିଜୟ ଲକ୍ଷ୍ୟ ନେଇ ଜେଡିସିସି ରାଉରକେଲା ୨୧.୫ ଓଭରରେ ସମସ୍ତ ଉଇକେଟ ହରାଇ୧୪୪ ରନ ସଂଗହ କରିଥିଲା । ଫଳରେ ୫୫ ରନରେ ଏହି ମ୍ୟାଚକୁ ବିଏମସିସି ଜିତି ସେମିଫାଇନାଲରେ ପ୍ରବେଶ କରିଛି । ଦଳ ପକ୍ଷରୁ ଗୌରବ ୨୮ ଓ ଗୋପାଳ ରାମ ୨୭ ରନ କରିଥିଲେ । ବିପକ୍ଷ ଦଳର ବୋଲର ସନ୍ତୋଷ ସର ୨୯ ରନ ଦେଇ ୩ ଓ ବସନ୍ତ ପ୍ରଧାନ୧୫ ରନ ଦେଇ ୨ଗୋଟି ଉଇକେଟ ନେଇଥିଲେ । ବିଏମସିସି ଦଳର ଜ୍ୟୋତି ରଂଜନ ଆଚାର୍ଯ୍ୟଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ଶ୍ରୀରାମ ରଙ୍ଗ ଦୋକାନର ପ୍ରୋପାଇଟର ସନାତନ ମଣ୍ଡଳ ଯୋଗ ଦେଇ ପୁରସ୍କୃତ କରିଥିଲେ । ଆଜିର ଖେଳକୁ ରମେଶ ମହାରଣା ଓ ଆଶୁତୋଷ ପାଣି ପରିଚାଳନା କରିଥିବା ବେଳେ ଭାଷ୍ୟକାରଭାବେ ପ୍ରିୟନାଥ ରାଉତ,ଅରୁଣ ପତି ଓ ସ୍କୋରରେ ଚିନ୍ମୟ ଦଳାଇ ଓ ଅରୂପ ସାହୁ ସହଯୋଗ କରିଥିବା ବେଳେ ଆଜିର ମ୍ୟାଚକୁ ପ୍ରଶାନ୍ତ ଜେନା,ରାଜେଶ କୁମାର ଜେନା,ବଳରାମ ସାହୁ ଓ ମନୋଜ ଜେନା ସହଯୋଗ କରିଥିଲେ । ଆସନ୍ତା କାଲି ୨ୟ ସେମିଫାଇନାଲ ମ୍ୟାଚରେ ବିଏମସିସି ଗୋଳକୁଣ୍ଡ ସହିତ ବିଶ୍ୱଭାରତୀ କଟକ ମଧ୍ୟରେ ଖେଳା ଯିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି ।
Related Stories
November 23, 2024