ଭୁବନେଶ୍ୱର, ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ ବୋଲି ଦାବି କରିଛନ୍ତି ।
ସାମ୍ବାଦିକ ମାନଙ୍କର ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଅଧିକ ଭୋଟିଂ ଆମ ପାଇଁ ସହାୟକ ହେବ। ଜନାଦେଶ ବିଜେଡି ସପକ୍ଷରେ ଯିବ। ଦୀପାଳି ଦାସଙ୍କୁ ଲୋକେ ଆର୍ଶୀବାଦ ଦେଇଛନ୍ତି, ସେ ହିଁ ବିଜୟ ହାସଲ କରିବେ।
ଏଣେ ୨୦୧୯ର ମାର୍ଜିନ କମିବ ନା ବଢ଼ିବ ପ୍ରଶ୍ନରେ ଦେବୀ ମିଶ୍ର କହିଛନ୍ତି କମିବା ବଢ଼ିବା ସାଙ୍ଗରେ କିଛି ନାହିଁ। ଉଣା ଅଧିକେ ୧୦ କି ୨୦ ପ୍ରତିଶତ ଯଦି ଏପଟ ସେପଟ ହୁଏ ସେଇଟାକୁ ଧରାଯାଏ ନାହିଁ। କିଛି ଫରକ ନାହିଁ । ୩୦ ହଜାରରୁ ଅଧିକ ମାର୍ଜିନ ହେଲେ ବି ତାହା ବିପୁଳ ବିଜୟ। ଗତଥରର ମାର୍ଜିନ ମେଣ୍ଟନ ହେବ କି ତା ଉପରକୁ ଯିବ ସେଇଟା କହିହେବନି। କାରଣ ଉପନିର୍ବାଚନରେ ବିଭିନ୍ନ ଜିନିଷ ବି ପ୍ରଭାବିତ ହୁଏ । ବିଜେପି ଦ୍ୱିତୀୟ ସ୍ଥାନ ବଜାୟ ରଖିବା ପାଇଁ ବହୁତ ପରିଶ୍ରମ ବି କରିଛନ୍ତି। କାରଣ ବିଜେପି ଗତଥର ଦ୍ୱିତୀୟ ସ୍ଥାନରେ ଥିଲା। ତେଣୁ ତାକୁ ବଜାୟ ରଖିବା ପାଇଁ ଶେଷ ମହୂର୍ତ୍ତରେ ସେମାନେ ବହୁତ ଲାଗିଛନ୍ତି ।