ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତଦାତା ମାନଙ୍କୁ କର୍ଣାଟକ ବିଧାନସଭା ଓ ଏକ ସଂସଦୀୟ ଆସନ ତଥା କିଛି ଅନ୍ୟ ରାଜ୍ୟ ମାନଙ୍କରେ ହେଉଥିବା ବିଧାନସଭା ଉପ ନିର୍ବାଚନରେ ଭୋଟ ଦେବାକୁ ଅପିଲ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ କର୍ଣାଟକର ଲୋକ ମାନେ ବିଶେଷ ରୁପେ ଯୁବ ଓ ପ୍ରଥମ ଥର ପାଇଁ ମତଦାନ କରୁଥିବହା ମତଦାତା ମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରିବା ଓ ଗଣତନ୍ତ୍ରର ଉତ୍ସବକୁ ସମୃଦ୍ଧ କରିବାକୁ ଅନୁରୋଧ କରୁଛି ।
ଅନ୍ୟ ଏକ ଟ୍ୱିଟରେ ସେ କହିଛନ୍ତି ଯେ ପଂଜାବର ଏକ ସଂସଦୀୟ ଆସନ, ମେଘାଳୟ, ଓଡିଶା ଓ ଉତର ପ୍ରଦେଶରେ କିଛି ବିଧାନସଭା ଆସନରେ ଉପ ନିର୍ବାଚନ ହେଉଛି । ଏହି ନିର୍ବାଚନ କ୍ଷେତ୍ରର ମତଦାକତା ମାନେ ଅଧିକରୁ ଅଧିକ ସଂଖ୍ୟାରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ଅପିଲ କରୁଛି ।