-
ପୂର୍ବାହ୍ନ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୨୦.୩୮ ପ୍ରତିଶତ ମତଦାନ
ଭୁବନେଶ୍ବର/ଝାରସୁଗୁଡ଼ା, ଝାରସୁଗୁଡା ବିଧାନସଭା ଉପ ନିର୍ବାଚନ ପାଇଁ ଆଜି ସକାଳ ସାତଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି। ପୂର୍ବାହ୍ନ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୨୦.୩୮ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ , ଝାରସୁଗୁଡ଼ା ବିଧାନସଭା ଉପ ନିର୍ବାଚନରେ ସବୁ ବୁଥରେ ସକାଳ ୭ ଟାରେ ପୁଲିଙ୍ଗ ଆରମ୍ବ ହୋଇଛି। ମକ ପୋଲ ସମ ରେ ୧୬ଟି ବୁଥରେ ଇଭିଏମରେ ତ୍ରୁଟି ଆସିଥିଲା। ୭ ଟା ରୁ ୯ଟା ଭିତରେ କୌଣସି ତ୍ରୁଟି ହୋଇନି। ୯ଟା ରୁ ୧୧ଟା ଭିତରେ ୬୨ ଓ ୧୨୮ନଂ ବୁଥ ରେ ଇଭିଏମ ତ୍ରୁଟି ହୋଇଥିଲା। ଦିନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଥବା ବେଳେ ୨୪୩୯୮ ଜଣ ପୁରୁଷ ଓ ୨୦୭୮୫ ଜଣ ମହିଳା ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ତାତିରୁ ରକ୍ଷା ପାଇବା ପାଇଁ ସମସ୍ତ ବୁଥରେ ପାନୀୟ ଜଳ ସହ ଜଳ ସିଞ୍ଚନ କରାଯାଉଛି।
୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । କରିବେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବାର ଅନୁମାନ କରାଯାଉଛି ।