କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ପୁରୀସ୍ଥିତ ଦୁର୍ଗାବାଡ଼ୀ ପ୍ରାଙ୍ଗଣରେ କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ 162ତମ ଜନ୍ମ ବାର୍ଷିକୀ ବା 163ତମ ଜନ୍ମ ଦିବସ ଏକ ନିରାଡମ୍ବର ପରିବେଶରେ ପାଳନ ହୋଇଯାଇଛି । ଦୁର୍ଗାବାଡ଼ୀ ସମିତିର ସଭ୍ୟମାନଙ୍କ ଦ୍ବାରା ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳୀ ସଭାକୁ ସମିତିର ସଭାପତି ଡଃ. କୁମାର ହାଲଦାର କବିଗୁରୁଙ୍କ ଉଦ୍ଦେଶ୍ଯରେ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ମାଲ୍ଯାର୍ପଣ କରି ଉଦ୍ବୋଧନ କରିଥିଲେ।
ଏହି ସଭାରେ କବିଗୁରୁଙ୍କ ଜୀବନି ବିଷୟରେ ଆଲୋଚନା କରାଯାଇଥିଲା। ପୁରୀର ସମାଜସେବୀ ସଂସ୍ଥା ‘ଦି ବେଲ’ର ସଭାପତି ଶ୍ରୀଯୁକ୍ତ ସିଦ୍ଧାର୍ଥ ରାୟ ଆଲୋଚନାରେ ଅଂଶଗ୍ରହଣ କରି, କିଭଳି ଭାବରେ ତାଙ୍କର ସଂସ୍ଥା ପୁରୀସ୍ଥିତ ‘ପାଥାର ପୁରୀ’ ହଷ୍ଟେଲ୍ ( ଯାହାକି ରବୀନ୍ଦ୍ରନାଥ ଠାକୁର ଦାନ ସୁତ୍ରେ ଦେଇଥିଲେ)ର ପୁନରୁଦ୍ଧାର ଓ ରବୀନ୍ଦ୍ରନାଥଙ୍କ ସ୍ମୃତି ରକ୍ଷା ପାଇଁ ସେମାନଙ୍କର ଅଭିଯାନ ଚଲାଉଛନ୍ତି ସେ ବିଷୟରେ କହିଥିଲେ ।
ଶ୍ରୀମତି ଅଞ୍ଜନା ଵାନାର୍ଜ୍ଜୀ ଓ ଶ୍ରୀମତି ସ୍ନିଗ୍ଧା ଚକ୍ରବର୍ତ୍ତୀଙ୍କ ପରିଚାଳନାରେ ରବୀନ୍ଦ୍ର ସଂଗୀତ ପରିବେଷଣ କରାଯାଇଥିଲା। ଶ୍ରୀମତି ଊଷା ମୁଖାର୍ଜୀ, ରଞ୍ଜିତା ଭଟ୍ଟାଚାର୍ଯ୍ୟ, ଉମା ଗୁହା, ଦେବଲୀନା ଦାସଗୁପ୍ତ, ବନ୍ଦନା ବ୍ଯାନାର୍ଜ୍ଜୀ, ଇନ୍ଦ୍ରାଣୀ ଘୋଷ, ସ୍ବାତି ମଣ୍ଡଳ, ସୁପ୍ରଭା ଅଧିକାରୀ, ଶ୍ରୀଯୁକ୍ତ ପ୍ରିୟାଂଶୁ ମଣ୍ଡଳ, ପ୍ରଣବେଶ ଅଧିକାରୀ, ପବିତ୍ର ମଣ୍ଡଳ ପ୍ରମୁଖ ରବୀନ୍ଦ୍ର ସଂଗୀତ ଗାନ କରିଥିଲେ ଓ ଶ୍ରୀଯୁକ୍ତ ସାରଦା ପ୍ରସାଦ ମିଶ୍ର ତବଲା ବାଦନ କରିଥିଲେ।
ଶ୍ରୀମତି ହେନା ବର୍ଦ୍ଧନ, କୁମାରୀ ଦେବଶ୍ରୀ ଚ୍ଯାଟାର୍ଜ୍ଜୀ ଓ ସ୍ବପନିଳ କର ରବୀନ୍ଦ୍ରନାଥଙ୍କ ଲିଖିତ କବିତା ଆବୃତ୍ତି ଏବଂ ଐଶ୍ଵର୍ଯ୍ୟା ଭଟ୍ଟାଚାର୍ଯ୍ୟ ନୃତ୍ଯ କରି କବିଗୁରୁଙ୍କୁ ଶ୍ରଦ୍ଧାର୍ଘ ଅର୍ପଣ କରିଥିଲେ।
ଅନ୍ଯମାନଙ୍କ ସହିତ ବ୍ଯବସ୍ଥାପକାରେ ଥିଲେ ଶ୍ରୀଯୁକ୍ତ କିରଣ ପ୍ରକାଶ ଗୁହ, ଦିଲୀପ କୁମାର ଆଢ୍ଯ, ମଳୁୟକାନ୍ତି ଦେ ଓ ବିଷ୍ଣୁପଦ ବିଶ୍ବାସ।
ସର୍ବଶେଷରେ ସମିତିର ସାଧାରଣ ସମ୍ପାଦକ ସୁଦୀପ କୁମାର ଚ୍ଯାଟାର୍ଜ୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
November 24, 2024
November 24, 2024