ଭୁବନେଶ୍ୱର, ବିଜେପି ବିରୁଦ୍ଧରେ ମହାମେଂଟ ତିଆରି କରିବା ଉଦ୍ଦେଶ୍ୟରେ ଲାଗିଥିବା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଭୁବନେଶ୍ୱର ଆସି ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ।
ଆଜି ଦିନ ୧୨ଟାରେ ନୀତିଶ କୁମାର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ବିଜେ଼ଡି ପକ୍ଷରୁ ରାଜ୍ୟ ସରକାରରେ ମନ୍ତ୍ରୀ ଅଶୋକ ପଂଡା ଓ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ କରିଥିଲେ । ଏହା ପରେ ସେ ସେଠାରୁ ସିଧା ନବୀନ ନିବାସ ପହଂଚିଥିଲେ । ନବୀନ ନିବାସ ପହଂଚିବା ପରେ ଉଭୟ ନେତା ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଖବର ଲେଖା ଯିବା ବେଳକୁ ଉଭୟଙ୍କର ଆଲୋଚନା ଜାରୀ ରହିଥିଲା ।