ଭୋପାଳ, ମଧ୍ୟ ପ୍ରଦେଶର ଖରଗୋନ ଠାରେ ମଙ୍ଗଳବାର ଦିନ ଏକ ବଡ ବସ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀ ବାହୀ ବସ ବୋରାଡ ନଦୀରେ ପୋଲରୁ ୫୦ ଫୁଟ ତଳକୁ ଖଲସି ଯାଇଛି । ଏଥିରେ ୧୫ ଜଣ ମୃତ୍ୟୁ ବରଣ କରିଥିବ ବେଳେ ଅନେକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ ନିକଟବର୍ତୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ପରେ ସେମାଙ୍କୁ ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟରେ ଭର୍ତୀ କରାଯାଇଛି । ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।