-
ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୩୯.୪ ଡ଼ିଗ୍ରୀ ରେକର୍ଡ଼
ଭୁବନେଶ୍ଵର, ଆଜି ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ୩୨.୬ ଡ଼ିଗ୍ରୀ ରହିଛି । ଏବଂ ଆଦ୍ରତା ୭୯ ପ୍ରତିଶତ ରହିଛି । ସେହିପରି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୩୯.୪ ଡ଼ିଗ୍ରୀ ଓ ଆଦ୍ରତା ୨୯ ପ୍ରତିଶତ ରହିଛି । ଚାନ୍ଦବାଲିରେ ତାପମାତ୍ରା ୩୮.୪ ଡ଼ିଗ୍ରୀ ରହିଥିବା ବେଳେ ଆଦ୍ରତା ୪୩ ପ୍ରତିଶତ ରହିଛି । ଅନୂରୂପ ଭାବେ ଭୁବନେଶ୍ଵରରେ ତାପମାତ୍ରା ୩୭.୪ ଡ଼ିଗ୍ରୀ ଓ ଆଦ୍ରତା ୫୮ ପ୍ରତିଶତ । ହୀରାକୁଦରେ ତାପମାତ୍ରା ୩୭.୪ ଡ଼ିଗ୍ରୀ ଓ ଆଦ୍ରତା ୪୭ ପ୍ରତିଶତ, ସମ୍ବଲପୁରରେ ତାପମାତ୍ରା ୩୭.୮ ଡ଼ିଗ୍ରୀ ଓ ଆଦ୍ରତା ୪୧ ପ୍ରତିଶତ, ବାଲେଶ୍ଵରରେ ତାପମାତ୍ରା ୩୭.୦ ଡ଼ିଗ୍ରୀ ଓ ଆଦ୍ରତା ୪୧ ପ୍ରତିଶତ । ପୁରୀରେ ତାପମାତ୍ରା ୩୪.୪ ଡ଼ିଗ୍ରୀ ଓ ଆଦ୍ରତା ୭୩ ପ୍ରତିଶତ । ଗୋପାଳପୁରରେ ତାପମାତ୍ରା ୩୩ .୬ ଡ଼ିଗ୍ରୀ ଓ ଆଦ୍ରତା ୭୨ ପ୍ରତିଶତ । କେନ୍ଦୁଝରରେ ତାପମାତ୍ରା ୩୨.୬ ଡ଼ିଗ୍ରୀ ଓ ଆଦ୍ରତା ୫୮ ପ୍ରତିଶତ ଏବଂ ପାରାଦୀପରେ ତାପମାତ୍ରା ୩୨.୪ ଡ଼ିଗ୍ରୀ ଓ ଆଦ୍ରତା ୭୩ ପ୍ରତିଶତ ରହିଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।