କେନ୍ଦ୍ରାପଡ଼ା – ଅବହେଳିତ ଗାଁ ପୋଖରୀ ଓ ଶ୍ମଶାନ ବୁଲିଦେଖିଲେ ଜିଲ୍ଲାପାଳ ସମର୍ଥ ବର୍ମା । କେନ୍ଦ୍ରାପଡା ପୈାରସଂସ୍ଥା ଅନ୍ତର୍ଗତ ୩ ନମ୍ବର ୱାର୍ଡର ଗ୍ରାମବାସୀଙ୍କ ଅଭିଯୋଗ ପରେ ଶୁକ୍ରବାର ୯ଟା ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା ୩ ନମ୍ବର ୱାର୍ଡର ଚକଡା ବାରଙ୍ଗ ଗ୍ରାମରେ ଥିବା ଶ୍ମଶାନ, ଗାଁ ପୋଖରୀ ପ୍ରଭୁତି ଗ୍ରାମବାସୀଙ୍କ ସମସ୍ୟା ବୁଲି ଦେଖିଥିଲେ । ଗ୍ରାମର ଏହି ପୁରୁଣା ପୋଖରୀ ଦଳରେ ଭର୍ତି ହୋଇଥିବାବେଳେ ଶ୍ମଶାନକୁ ଥିବା ରାସ୍ତାଟି ଅଳିଆ ଆବର୍ଜନାରେ ଭରି ରହିଥିବା ଦେଖିବାକୁ ପାଇଥିଲେ । ଏହାକୁ ତୁରନ୍ତ ସଫା କରିବା ସହ ଗ୍ରାମବାସୀଙ୍କ ବ୍ୟବହାର ଉପଯୋଗୀ କରିବା ପାଇଁ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳଙ୍କୁ ନିଦେ୍ର୍ଧଶ ଦେଇଥିବା ଜଣାପଡିଛି । ଏହାସହ ଗ୍ରାମବାସୀଙ୍କ ବ୍ୟବହାର ପାଇଁ ଥିବା ୬ଟି ସର୍ବସାଧାରଣ ପାଇଖିନା ଦୀର୍ଘଦିନରୁ ତାଲା ପଡି ରହିଥିବାରୁ ଏହାକୁ ଖୋଲିବା ସହ ବ୍ୟବହାର ଉପଯୋଗୀ କରିବାପାଇଁ ନିଦେ୍ର୍ଧଶ ଦେଇଥିଲେ । ଜିଲ୍ଲାପାଳ ପହଁଚିବା ପରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଫୁଲମାଳ ଦେଇ ସ୍ୱାଗତ ଜଣାଇବା ସହିତ ପୋଛୋଟି ନେଇଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ପୂର୍ବତନ କାଉନ୍ସିଲର ଦୁର୍ଗା ପ୍ରସାଦ ପତି, ଗୋଲଖ ଚନ୍ଦ୍ର ପତି, ଯୋଗେନ୍ଦ୍ର ସ୍ୱାଇଁ, ସୁଲୋଚନା ବିଶ୍ୱାଳ, ସତ୍ୟଭାମା ବେହେରା, ବୈଷ୍ଣବ ପ୍ରଧାନ, ବିଜୟ ପତି, ବୈରାଗୀ ସ୍ୱାଇଁ, ଉତମ ପତି ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 23, 2024