
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ସୋମବାର ୧୬ତମ ସନ୍ଧ୍ୟାରେ ଶ୍ରୀକ୍ଷେତ୍ରର ପ୍ରାଚୀନ ତଥା ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ଲିଙ୍ଗରାଜ କଳା ନିକେତନ ପକ୍ଷରୁ ଚନ୍ଦନ ଯାତ୍ରା ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚନ୍ଦନ ଚକଡା଼ ଠାରେ ଗୁରୁ ପ୍ରକାଶ କୁମାର ରଥଙ୍କ ସଂଗୀତ ନିର୍ଦ୍ଦେଶନା, ଗୁରୁ ମନୋଜ କୁମାର ପ୍ରଧାନ ଏବଂ ନୃତ୍ୟ ଗୁରୁ ନନ୍ଦିତା ପ୍ରିୟଦର୍ଶିନୀ ମହାନ୍ତିଙ୍କ ନୃତ୍ୟ ନିର୍ଦ୍ଦେଶନାରେ ପାରମ୍ପରିକ ନୃତ୍ୟ ଦେଖଗୋ ରାଧା ମାଧବ ଚାଲି, ଦଶାବତାର, ରାଧା ରାଣୀ ସଂଗେ ଓଡିଶୀ, ଅଭିନୟ ଏବଂ ଚନ୍ଦନ ସଂଗୀତ ସମେତ ଗୀତଗୋବିନ୍ଦ ଓଡ଼ିଶୀ ସଙ୍ଗୀତ, ଚମ୍ପୁ, ଛାନ୍ଦ, ଭଜନ,ଜଣାଣ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା |କାର୍ଯ୍ୟକ୍ରମରେ ସିପ୍ରା ମିଶ୍ର,ଚିରଶ୍ରଧା ମହାନ୍ତି, ମୋନାଲିସା ନାଥ, ରେଣୁ ସ୍ମିତା ମଲ୍ଲିକ,ଶୁଭସ୍ମିତା ପ୍ରିୟଦର୍ଶିନୀ କଳାକାର ମାନେ ଅଂଶଗ୍ରହଣ କରିଥିଲେ। ବାଦ୍ୟଯନ୍ତ୍ର ରେ ମର୍ଦ୍ଦଳ ଗୁରୁ ଜଗନ୍ନାଥ ମିଶ୍ର,ବେହେଲା ଗୁରୁ ହରିଶ୍ ଚନ୍ଦ୍ର ଦାସ, ଦେବାଶିଷ ଦାସ, ତବଲା ସାରଦା ପ୍ରସନ୍ନ ମିଶ୍ର, ବଳରାମ ମହାପାତ୍ର ସହଯୋଗ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଗୁରୁ ଧବଳେଶ୍ଵର ମିଶ୍ର କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।