ଭୁବନେଶ୍ୱର, ଆଜି ସଂଧ୍ୟାରେ ଝାରସୁଗୁ଼ଡା ବିଧାନସଭା ଉପ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଶେଷ ହେବ । ତେଣୁ ଶେଷ ଦିନରେ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ସେମାନଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିଥିବା ଦେଖିବାକୁ ମିଳିଛି ।
ଆଜି ଶେଷ ଦିନରେ ପ୍ରମୁଖ ଦଳର ପ୍ରାର୍ଥୀ ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଜୋରସୋର ପ୍ରଚାର ଚଳାଇଛନ୍ତି।
ଉଲ୍ଲେଖନୀୟ ଯେ ଗତକାଲି ଝାରସୁଗୁଡ଼ା ଉନପନିର୍ବାଚନରେ ହେଭିୱେଟ୍ଙ୍କ ପ୍ରଚାର ଦେଖିବାକୁ ମିଳିଥିଲା। ଅମରପାଲିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ସଭା କରି ନବ ଦାସଙ୍କ ଝିଅ ଦୀପାଳିଙ୍କ ପାଇଁ ଭୋଟ ମାଗିଥିବା ବେଳେ ଅନ୍ୟ ପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ସେ ଝାରସୁଗୁଡାରେ ରୋଡ୍ କରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଁ ଭୋଟ୍ ମାଗିଥିବା ବେଳେ କୋଲାବିରା ନିର୍ବାଚନୀ ସଭାରେ ଶାସକ ଦଳକୁ ଜୋରଦାର ଟାର୍ଗେଟ୍ କରିଥିଲେ।
ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛିା