କେନ୍ଦ୍ରାପଡ଼ା – ନିଖୋଜ ନାବାଳିକାର ସନ୍ଧାନ ମିଳିଥିଲେ ମଧ୍ୟ ପୋଲିସ୍ ତାକୁ ଉଦ୍ଧାର କରିବା ପାଇଁ କୈାଣସି ପଦକ୍ଷେପ ନନେଉଥିବାରୁ ନାବାଳିକାର ପିତା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗ କରିବାସହ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇଥାନା ଅନ୍ତର୍ଗତ ମାଣତିର ଗ୍ରାମର ଜଣେ ନାବାଳିକା ଝିଅ ନିଖୋଜ ହେବାପରେ ଏ ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଥିଲା । ନିଖୋଜ ନାବାଳିକା ରହୁଥିବା ଜାଗା ଚିହ୍ନଟ ହେଲାପରେ ପୋଲିସ୍ ସହଯୋଗ ନକରିବାରୁ ନାବାଳିକାକୁ ଉଦ୍ଧାର କରାଯାଉନାହିଁ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନାବାଳିକାର ବାପା ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ମାର୍ଶାଘାଇ ଥାନା ଅନ୍ତର୍ଗତ ମାଣତୀର ଗ୍ରାମର ନାରଣ ସ୍ୱାଇଁଙ୍କ ଝିଅ ଗତ ନଭେମ୍ବର ୧୬ ତାରିଖ କଲେଜକୁ ଯାଇ ଆଉ ଘରକୁ ଫେରିନଥିଲେ । ଏ ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହେବାପରେ ପୋଲିସ୍ ୨୮୨/୧୯ ରେ ଏକ ମାମଲା ରୁଜୁକରି ନିରବ ହୋଇ ବସିଛନ୍ତି । ନାବାଳିକାର ବାପା ବହୁ ଖୋଜାଖୋଜି ପରେ ଟୁବିହୁଡା ଗ୍ରାମର ସରୋଜ ଭୋଳ ତାଙ୍କୁ ନିଜ ଘରେ ରଖିଥିବା ସେ ଜାଣିବାକୁ ପାଇଥିଲେ । ପରେ ଜିଲ୍ଲା କିଶୋର ନ୍ୟାୟ ପରିଷଦରେ ଜଣାଇବା ପରେ କିଶୋର ନ୍ୟାୟ ପରିଷଦର ସଦସ୍ୟ ରବିନ୍ଦ୍ର ପ୍ରସାଦ ଜେନା ଓ ଡିସିପିୟୁର କନକଲତା ବେହେରା ପ୍ରମୁଖ ମାର୍ଶାଘାଇ ଥାନାରେ ପହଁଚି ନାବାଳିକାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଧରିବା ପାଇଁ କହିଥିଲେ । ମାତ୍ର ପୋଲିସ୍ ଘଟଣାସ୍ଥଳକୁ ଯିବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରିବାରୁ ଅଭିଯୁକ୍ତ ଜଣକ ପୋଲିସ୍ ପହଁଚିବା ପୂର୍ବରୁ ନାବାଳିକାକୁ ଅନ୍ୟତ୍ର ନେଇ ଲୁଚାଇ ଦେଇଥିବା ନାବାଳିକାର ବାପା ନାରଣ ସ୍ୱାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି ।
Related Stories
November 23, 2024
November 23, 2024