ରାଉରକେଲା, ୭ ମାସ ବିତିଗଲା, ହେଲେ ରାଜ୍ୟ ସରକାର ଗତ ବର୍ଷ ୫ଟି ମହାନଗର ଅଂଚଳ ଲାଗି ଘୋଷଣା କରିଥିବା ସହରାଂଚଳ ଶିକ୍ଷାଧୀକାରୀ (ସିଇଓ) ପଦବୀକୁ କୌଣସି କ୍ଷମତା ନଦେଇ, ଅଫିସ ବ୍ୟବସ୍ଥା ନକରି କର୍ମଚାରୀ ନଦେଇ ସେଇଭଳି ଛାଡିଦେଇଥିବାରୁ ଏହି ପଦବୀରେ ବସିଥିବା ଅଧିକାରୀ ମାନେ କେବଳ ନାମକୁ ମାତ୍ର ସହରାଂଚଳ ଶିକ୍ଷାଧୀକାରୀ ହୋଇ ରହିଛନ୍ତି। କିନ୍ତୁ ସେମାନେ ପୂର୍ବଭଳି ନିଜ ଯାଗାରେ ରହି କାମ କରୁଛନ୍ତି। ଫଳରେ ଏହି ପଦବୀକୁ ଧିରେ ଧିରେ ଅନେକ ଭୁଲିବାକୁ ଲାଗିଲେଣି ଓ ଶିକ୍ଷା ବିଭାଗର ବିଶ୍ରା ବ୍ଲକ ଅଫିସରେ ନାନା ପ୍ରକାର ମନମାନି ଚାଲିଥିବାର ଅଭିଯୋଗ ହେଉଛି ।
ଅନୁସନ୍ଧାନରୁ ଜଣାପଡିଛି ଯେ, ରାଜ୍ୟ ସରକାର ଡିଆଇ ପଦକୁ ଭାଗ ଭାଗ କରି ବ୍ଲକ ଏଜୁକେଶନ ବ୍ୟବସ୍ଥା ଲାଗୁ କରିବା ପରେ ପ୍ରତି ବ୍ଲକରେ ଜଣେ ଜଣେ ଏଜୁକେଶନ ଅଫିସର ନିଯୁକ୍ତି ପାଇଲେ, ଫଳରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ପାଖରୁ ଦେଖାଜିବା ସହ ଏଥିରେ କିଛିଟା ଉନ୍ନତି ଆସିଲା। ତେବେ ରାଜ୍ୟର ୫ଟି ମହାନଗର ଅଂଚଳରେ ଏହି ବ୍ୟବସ୍ଥା ଲାଗୁ ହେଲା, ଜଣେ ଲେଖାଏଁ ଏଡିଇଓଙ୍କୁ ଏହି ପଦରେ ବସାଇ ଦିଆଯାଇ ସମସ୍ତେ ନୀରବ ରହିଲେ, କିନ୍ତୁ ବ୍ଲକ ସହ ସାମିଲ ହୋଇ ରହିଥିବା ମହାନଗର ଅଂଚଳର ବିଦ୍ୟାଳୟ ଗୁଡିକ ସେମିତି ରହିଲେ । ଏହାଦ୍ଵାରା ନାନା ବାଦ ବିବାଦ ଲାଗି ରହିବା ସହ ରାଉରକେଲା ମହାନଗର ଓ ବିଶ୍ରା ବ୍ଲକ ମିଶିକରି ରହିବା ଓ ସେ ସମୟରେ ବିଇଓ ବିଶ୍ରା ଏଜୁକେସନ ଅଫିସ ଯାହା କି ୧୦ ରୁ ୧୫ କି.ମି. ଦୂରରେ ରହିଛି ସେଠାକୁ ବିଇଓ ନଯିବା ନେଇ ନାନା ପ୍ରକାର ଅଭିଯୋଗ ହେବା ସହ ଆନ୍ଦୋଳନ ମଧ୍ୟ ହୋଇଥିଲା । ସରକାର ସେତେବେଳେ ସେ ଅଧିକାରୀଙ୍କୁ ଏଠାରୁ ବଦଳି କରିବା ସହ ସିଇଓ ପଦବୀ ବ୍ୟବସ୍ଥା ଘୋଷଣା କଲେ । ଇତିମଧ୍ୟରେ ୭ ମାସ ବିତିଗଲା, ସେ ବିବାଦୀୟ ଅଧିକାରୀ ମଧ୍ୟ ନିକଟରେ ରାଉରକେଲାରେ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରି ଗଲେଣି, ହେଲେ ସରକାର ସହରାଂଚଳ ଶିକ୍ଷାଧୀକାରୀ ପଦଲାଗି କୌଣସି ବ୍ୟବସ୍ଥା କଲେନାହିଁ । ଫଳରେ ରାଉରକେଲାରେ ନାନା ସମସ୍ୟା ଲାଗି ରହିବା ସହ ବିଶ୍ରା ଏଜୁକେଶନ ଅଫିସ କେବଳ ନାମକୁ ମାତ୍ର ଚାଲିଛି। ଅନେକ ସମୟରେ ସେ ଅଫିସରେ କେହି ରହୁନଥିବା ଅଭିଯୋଗ ହେଉଛି ଫଳରେ ଉଭୟ ବିଶ୍ରା ଓ ରାଉରକେଲାରେ ନାନା ସମସ୍ୟା ଲାଗି ରହିବା ସହ ସରକାରଙ୍କ ପାଖରେ ନାନା ଅଭିଯୋଗ ପହଁଚୁଛି । ଏହି ପଦବୀ ଘୋଷଣା ହେବା ପରେ ରାଉରକେଲା ଅଂଚଳରେ ଥିବା ଶିକ୍ଷକ ମାନଙ୍କର ସର୍ଭିସ ବହି ଓ ବିଶ୍ରା ଅଂଚର ସର୍ଭିସ ବହ ଗୁଡିକ ଅଲଗା ହେବା ସହ ଅନେକ କାଗଜପତ୍ର ରାଉରକେଲା ଓ ବିଶ୍ରା ଖାତା ପତ୍ରକୁ ଅଲଗା କରାଯାଇସାରିଛି । କିନ୍ତୁ, ଏହି ବ୍ଲକର ବିଇଓ ପଦ ଖାଲି ରହିବା ସହ ସିଇଓ ଅଫିସ ର କର୍ମଚାରୀ ଓ ଅନ୍ୟ କୌଣସି ବ୍ୟବସ୍ଥା ସରକାର ଆଜିଯାଏ କଲେନି ଏହା ଯଥା ପୂର୍ବଂ ତଥା ପରଂ ହୋଇ ରହିଛି ।ସଂପୃକ୍ତ ଅଧିକାରୀ ମାନେ କେଉଁ ସବୁ କାମ କରିବେ କାହା ଅଧିନରେ ରହିବେ କାହାକୁ ରିପୋର୍ଟ କରିବେ ଆଦି କଥା ସେମିତି ରହିଗଲା, ଫଳରେ ରାଜ୍ୟ ସରକାର ଶିକ୍ଷା ବିଭାଗକୁ ଯେଉଁଭଳି ଅଣଦେଖା କରି ଆସୁଛନ୍ତି ଫଳରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଅନେକ ଖର୍ଚ୍ଚ ହୋଇ ମଧ୍ୟ ସେହି ତୁଳନାରେ ଯେମିତି କିଛି ସୁଫଳ ନମିଳିବା ଭଳି ସ୍ଥିତି ହେଉଛି ଏହା ମଧ୍ୟ ସେହିଭଳି ଚାଲିବ ବୋଲି ଆଲୋଚନା ଚାଲିଲାଣି । ସରକାର ଏନେଇ କୌଣସି ନିଷ୍ପତି ନନେବାରୁ ଜଣେ ଏବିଇଓଙ୍କ ଅଧିନରେ ଏହି ବ୍ଲକକୁ ଏଡିଇଓ ଦାୟିତ୍ଵ ଦେଇ ଚଳାଇଛନ୍ତି । ଏହାଦ୍ଵାରା ବିଶ୍ରା ବ୍ଲକ ଅଧିନରେ ଥିବା ୧୭ ଜଣଙ୍କ ଭିତରୁ କିଛି ସିଆରସିସି ମାନେ ନିଜ ଦାୟିତ୍ଵରୁ ବାହାରି ଗୋଟାଏ ଲେଖା ଅଧିକାରୀ ହେବାରେ ଲାଗିଲେଣି । ଏମାନଙ୍କୁ ଫିଲ୍ଡରେ ଦେଖାନଜିବା ସହ ଅଫିସରେ ମଧ୍ୟ ଏମାନେ ମିଳୁ ନାହାନ୍ତି, ବିଭିନ୍ନ ବିଦ୍ୟାଳୟରେ ଏମାନେ ପ୍ରତିଦିନ କିଛି କ୍ଲାସ ପିଲାମାନଙ୍କର ନେବା କଥା ତାହା ମଧ୍ୟ ନେଉନଥିବା ଅଭିଯୋଗ ହେଉଛି, ଏମାନଙ୍କ ଦସ୍ତଖତରେ ବିଭିନ୍ନ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାନେ କରୁଥିବା ସରକାରୀ ଅର୍ଥର ଖର୍ଚ୍ଚ ବିଲ ପାଶ ହେବା ବ୍ୟବସ୍ଥା ଏହି ବ୍ଲକରେ କରାଯାଇଥିବାରୁ ଏମାନଙ୍କୁ ପ୍ରଧାନ ଶିକ୍ଷକ ମାନେ କିଛି କହିପାରୁ ନାହାନ୍ତି । ଏହାଦ୍ଵାରା ବିଦ୍ୟାଳୟ ଗୁଡିକରେ ଶିକ୍ଷକ ମାନେ ନାନା ସମସ୍ୟା ଭିତରେ ପାଠ ପଢାଇବା ସହ ନାନା ପ୍ରକାର ଚାପରେ ରହୁଛନ୍ତି ଓ କିଛି ପ୍ରଧାନଶିକ୍ଷକ ନିଜକୁ ବାଦସାହା ଭଳି ପରିଗଣିତ କରିବାକୁ ଆରମ୍ଭ କଲେଣି ଓ ସିଆରସିସି ମାନେ ଘରେ ଶୋଇ ସାର ମାନଙ୍କୁ ଖୁସି କରି ଶିକ୍ଷକ ମାନଙ୍କୁ ନାଲି ଆଖି ଦେଖାଇ ନିଜ କାମରେ ମସଗୁଲ ରହୁଛନ୍ତି, ଫଳରେ ଶିକ୍ଷା ବ୍ୟବସ୍ଥା ଦିଗହରା ହେବାରେ ଲାଗିଛି । ଏଭଳି କାରବାରକୁ ଦାୟିତ୍ଵରେ ଥିବା ଅଧିକାରୀ ସମ୍ଭାଳିବା ସମ୍ଭବ ହେଉନାହିଁ କାରଣ ଏମାନଙ୍କ ଭିତରେ କିଏ ନିଜକୁ ୫-ଟି ଲୋକ କହୁଛି ତ ଆଉ କିଏ ନିଜକୁ ବିଧାୟକ ଓ ମନ୍ତ୍ରୀଙ୍କ ଲୋକ ବୋଲି ପରିଚୟ ଦେଉଛନ୍ତି। ଫଳରେ ତଳିଆ ଅଧିକାରୀ ଏମାନଙ୍କୁ ହାତ ମାରିବାକୁ ସାହାସ କରିପାରୁ ନାହାନ୍ତି । ଖାଲି ସେତିକି ନୁହେଁ ଏହି ଅଫିସ ଦ୍ଵାରା ବିଭିନ୍ନ ବେସରକାରୀ ବିଦ୍ୟାଳୟରେ ଗରୀବ ପିଲାମାନଙ୍କୁ ସେଠାରେ ୨୫ ପ୍ରତିଶତ ମାଗଣା ପଢିବା ଲାଗି ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ସେ ଦାୟିତ୍ଵ କେବଳ ନାମକୁ ମାତ୍ର ଚାଲିବା ସହ ସେଠାରେ ବ୍ୟାପକ ଅର୍ଥ କାରବାର ହେଉଥିବା ଅଭିଯୋଗ ହେଉଛି। ପ୍ରକୃତ ହିତାଧିକାରୀ ଉପକୃତ ହେଉନାହାନ୍ତି। ବିଦ୍ୟାଳୟ ଗୁଡିକରେ ଅନଭିଜ୍ଞ ଶିକ୍ଷକ ଓ ସ୍ଵଳ୍ପ ଶିକ୍ଷକ ଥିବା ଓ ସରକାରୀ ଗାଇଡଲାଇନ ଅନୁଶାରେ ଚାଲୁନଥିବା ସତ୍ବେ ସେମାନଙ୍କୁ ସରକାରୀ ଅନୁମତି ପ୍ରଦାନ କରାଯାଉଛି । ଏହି ଅଫିସରେ ମାତ୍ର ୨ ଜଣ ନିୟମିତ କର୍ମଚାରୀ ଥିବା ବେଳେ ନିକଟରେ ଜଣେ ଆସିଛନ୍ତି, ଅନ୍ୟମାନେ ପ୍ରାୟ ଅନିୟମିତ । ଏଭଳି କାରବାର ଏହି ଶିକ୍ଷା ବ୍ଲକରେ ଚାଲିଥିବା ବେଳେ ଏସବୁକୁ ଲୁଚାଇବା ଲାଗି ଖାଲି ଶିକ୍ଷକ ମାନଙ୍କୁ ନାଲିଆଖି ଦେଖାଇ କେତେବେଳେ ସୁଯୋଗ ଦେଖି ସେମାନଙ୍କୁ ନିଲମ୍ବିତ କରି ସେମାନଙ୍କ ପାଖରୁ ବେଶ ଦୁଇ ପଇସା ରୋଜଗାର କରାଯାଉଥିବାର ଖବର ମଳିଛି। ନିଲମ୍ବିତ ଶିକ୍ଷକ ମାନଙ୍କୁ ନିଲମ୍ବନରୁ ହଟାଇବା ଲାଗି ୧୫ ରୁ ୨୦ ହଜାର ଲାଂଚ ନିଆଯାଉଥିବାର ଅଭିଯୋଗ ହେଉଛି। ପରେ ଏନେଇ ସରକାରଙ୍କ ପାଖରେ ବାହା ବାହା ନିଆଯାଉଛି ଓ କୋକୁଆ ଭୟ ସୃଷ୍ଟି କରାଯାଉଛି ସିନା ଶିକ୍ଷା ବ୍ଲକ ସରକାରଙ୍କ ନିୟମରୁ ବାହାରି କିଛି ଲୋକଙ୍କର ମେରୀ ରାୟ ଶାସନ ଭିତରକୁ ଚାଲିଯାଉଛି ବୋଲି ବରିଷ୍ଠ ଶିକ୍ଷକ ଓ ପୂର୍ବତନ ଅଧିକାରୀ ମାନେ ମତ ଦେଉଛନ୍ତି । ଏସବୁ ଅବ୍ୟବସ୍ଥାକୁ ନେଇ ହେଉଥିବା ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ତଦନ୍ତ ଲାଗି ଆସିଲେ ବି ଏଠି ତାକୁ ମିଥ୍ୟା ଅଭିଯୋଗ ବୋଲି ରିପୋର୍ଟ କରି ପଠାଇ ଦିଆଯାଉଥିବା କୁହାଯାଉଛି । ଜିଲ୍ଲାରେ ଜଣେ ଅଭିଜ୍ଞ ଜିଲ୍ଲା ଶିକ୍ଷାଧୀକାରୀ ଓ ତାଙ୍କର ସହଯୋଗୀ ଏଡିଇଓ ରହିଛନ୍ତି, ତେଣୁ ସରକାର ତୁରନ୍ତ ଏଠାରେ ଜଣେ ବିଇଓ ଓ ଜଣେ ସିଇଓଙ୍କୁ ନିଯୁକ୍ତି ଦେଇ ଏହି ଶିକ୍ଷା ବ୍ଲକରେ ସୁସ୍ଥ ପରମ୍ପରା ବଜାୟ ରଖିବାକୁ ଦାବି ହେଉଛି ।