ଭୁବନେଶ୍ଵର, ଦକ୍ଷିଣପୂର୍ବ ବଙ୍ଗୋପସାଗରର ଏବଂ ଏହାର ଆଖପାଖ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଉପରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସମ୍ପୃକ୍ତ ଅଂଚଳରେ କେନ୍ଦ୍ରୀଭୂତ ରହିଛି । ଏହା ଆସନ୍ତା ୯ ତାରିଖରେ ଅବପାତର ରୂପ ନେବ । ପରେ ଏହା ଏକ ସାମୁଦ୍ରିକ ଝଡ଼ର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 24, 2024
November 24, 2024