
ଆଜି ମଧ୍ୟ ଅନୁଷ୍ଠାନ ର ସ୍ଵେଚ୍ଛାସେବୀ ମାନେ ନିର୍ଦ୍ଧାରିତ ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ଉପସ୍ଥିତ ରହି ଭକ୍ତ ମାନଙ୍କୁ ଆବର୍ଜନା ଏଣେତେଣେ ନ ପକାଇ ଡଷ୍ଟବିନ ରେ ପକାଇବା ପାଇଁ ସଚେତନ କରିବା ସହ ପୂର୍ବରୁ ପଡିଥିବା ଆବର୍ଜନାକୁ ସଫା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଭକ୍ତମାନେ ମଧ୍ୟ ସ୍ଵେଚ୍ଛାସେବୀ ମାନଙ୍କୁ ସାହାଯ୍ୟ କରିଥିଲେ। ଏଥିସହ ସେଠାରେ ବୁଲା ବିକାଳି ମାନଙ୍କୁ ମଧ୍ୟ ସଚେତନ କରାଇ ଗୋଟିଏ ଗୋଟିଏ ଆବର୍ଜନା ମୁଣି ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ବ୍ରଜବନ୍ଧୁ ମହାରଣା, ସମ୍ପାଦକ ଚନ୍ଦ୍ରଶେଖର ମିଶ୍ର,ମନୋଜ କୁମାର ବଳିୟାରସିଂହ, ରାଜେନ୍ଦ୍ର କୁମାର ଦାସ ,ମହାରଥୀ ପ୍ରଧାନ, ଲକ୍ଷ୍ମୀଧର ବେହେରା ଓ ତନ୍ମୟ ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ତୁଲାଇଥିଲେ।
ଏହି କାର୍ଯ୍ୟକ୍ରମ ଆଗମୀ ଭଁଉରୀ ପର୍ଯ୍ୟନ୍ତ ଅନୁଷ୍ଠାନ ତରଫରୁ ପ୍ରତ୍ୟେକ ଦିନ କରାଯିବ।