ଜଟଣୀ – ଏବେ କିଛି ଦିନ ହେବ ଜଟଣୀ ଇଲାକାରେ ବିିଭିନ୍ନ ଅଂଚଳରୁ ଛୋଟ ଏବଂ ବଡ଼ ଧରଣର ଚୋରି ଆରମ୍ଭ ହୋଇଛି । କେତେବେଳେ କିଏ ଘରେ ରହୁନଥିବା ଏବଂ ଘରେ ଥାଇ ମଧ୍ୟ କାମରେ ବ୍ୟସ୍ତ ଥିବାର ସୁଯୋଗ ନେଇ ଆଜିକାଲିର ବ୍ରାଉନ୍ସୁଗାର ଖିଆ ଯୁବକମାନେ ଅର୍ଥାଭାବରୁ ଲୁଟ୍ତରାଜ, ଚୋରି ଚଳାଇଛନ୍ତି । ଖୋର୍ଦ୍ଧାରୋଡ ଠାରେ ମେକାନିକାଲ ବିଭାଗରେ କାର୍ଯ୍ୟରତ ସତ୍ୟଜିତ୍ ମହାନ୍ତି ଏ୪୦/ଡ଼ି. ଲୋକକଲୋନୀସ୍ଥିତ କ୍ୱାଟରେ ରହୁଥିଲେ । ଗତ ଗୁରୁବାର ମାଣବସା ପାଇଁ ନିଜ ପରିବାର ସହ ନିଜ ଗ୍ରାମ ତିର୍ତୋଲ ଯାଇଥିଲେ । କ୍ୱାଟରରେ କେହିନଥିବା ସୁଯାଗ ନେଇ ଦୁବୃତମାନେ କ୍ୱାଟର କବାଟ ଭାଙ୍ଗି ସୁନା ଗହଣା,୧୫ହଜାର ଟଙ୍କା, ଟେଲିଭିଜନ ଏବଂ ବାସନକୁସନ ଇତ୍ୟାଦି ଚୋରି କରିନେଇଥିଲେ । ଶୁକ୍ରବାର ସକାଳୁ ପଡୋଶୀ ଦେଖିବାକୁ ପାଇଲେ ତାଙ୍କ କ୍ୱାଟର ଖୋଲା ପଡ଼ିଛି । ଏନେଇ ସତ୍ୟଜିତ୍ ଟେଲିଫୋନ୍ରେ ଯୋଗାଯୋଗ କରିଥିଲେ । ଖବର ପାଇ ସତ୍ୟଜିତ୍ ନିଜର କ୍ୱାଟର ନିକଟରେ ପହଁଚି କବାଟ ଭାଙ୍ଗି ଚୋରି ହୋଇଥିବାର ଜାଣି ଜଟଣୀ ଥାନାରେ ଚୋରି ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ସେହିପରି ରେଳବାଇ ଟ୍ରାଫିକ୍ କଲୋନୀସ୍ଥିତ ଡ଼ି.୧୧/ସି କ୍ୱାଟରରେ ରହୁଥିବା ସୁନିତା ପରିଡ଼ାଙ୍କ କ୍ୱାଟରରେ କେହି ନଥିବାର ସୁଯୋଗ ନେଇ ଦୁବୃତମାନେ ୫୦ହଜାର ଟଙ୍କା ଲୁଟି ନେଇଥିବା ସହ କଳାକନା ବୁଲେଇ ଦେଇଥିବା ସୁନିତା ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍ ୨ଟି ଘଟଣାର ଅଭିଯୋଗକୁ ଗ୍ରହଣକରି ଅନୁସନ୍ଧାନ ଜାରି ରଖିଛି ।
Related Stories
November 23, 2024
November 22, 2024