
ଖୋର୍ଦ୍ଧା, ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ଲୁଟ୍ ଉଦ୍ୟମ କରି ବିଫଳ ହୋଇଛନ୍ତି। ସୂଚନା ମୁତାବକ, ବାଣପୁର ବାଲୁଗାଁ ରାସ୍ତାରେ ଥିବା ରବୀନ୍ଦ୍ର ମାନସିଂହଙ୍କ ଘର ନିକଟ ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ଦୁବୃର୍ତ୍ତମାନେ ଗତକାଲି ବିଳମ୍ବିତ ରାତିରେ ଏକ ଧଳାରଙ୍ଗର କାରରେ ଆସି ଏଟିଏମ ସଟର ଭାଙ୍ଗି ଭିତରେ ପଶିଥିଲେ। ଏଟିଏମ ସଟର ଭାଙ୍ଗିବା ବେଳେ ନିକଟରେ ଥିବା ଜନୈକ ବ୍ୟକ୍ତି ଦେଖି ପୋଲିସକୁ ଖବର ଦେଇଥିଲେ। ହେଲେ ଦୁର୍ବୁତ ମାନେ ଏଟିଏମ ମେସିନକୁ ଭାଙ୍ଗିବାକୁ ଚେଷ୍ଟାକରି ବିଫଳ ହେବା ପରେ ପୋଲିସ ପହଞ୍ଚିବା ପୂର୍ବରୁ ପାରିନୁଆଗାଁ କେନାଲ ରାସ୍ତା ଦେଇ ଖସି ପଳାଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଏଟିଏମକୁ ତାଲା ପକାଇ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।