ଗଞ୍ଜାମ,ବ୍ରହ୍ମପୁର ଶରଧାବାଲି ପ୍ରବେଶ ପଥ ତଥା ମୂଖ୍ୟରାସ୍ତା ନିମ୍ନମାନର କାର୍ଯ୍ୟ ଯୋଗୁଁ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଫଳରେ ଯାନବାହାନ ଚଳାଚଳ ଓ ଜନସାଧାରଣ ଯାତାୟାତ କରିବା କଷ୍ଟକର ହୋଇପଡିଛି । ଏହି ସଡ଼କକୁ ପକ୍କା ସଡ଼କରେ ରୂପାନ୍ତରିତ କରିବାକୁ ପୂର୍ବତନ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) କମିଶନର ଶୁଭଦେବା ସହ ଟେଣ୍ଡର ପ୍ରକ୍ରିୟା କରିଥିଲେ । ସେ ବଦଳି ହେବାପରେ ଏହା ସ୍ଥାଣୁ ପାଲଟି ଯାଇଛି । ତୁରନ୍ତ ବିଇଏମସି କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଶରଧାବାଲି ପ୍ରଥମଲାଇନ ରାସ୍ତାଟିକୁ ପକ୍କା ରାସ୍ତାରେ ପରିଣତ କରିବାକୁ ଶରଧାବାଲି ୱେଲଫେୟାର ଏସୋସିଏସନର ସମ୍ପାଦକ ସଚ୍ଚିଦାନନ୍ଦ ନାୟକ ଦାବୀ କରିଛନ୍ତି ।
Related Stories
November 22, 2024