ବାରିପଦା, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜାଣି ଶୁଣି ଅସମ୍ମାନ କରାଯାଇଛି ବୋଲି ମୟୁରଭଂଜ ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ କରାଯିବା ସହ ଏହି ମାମଲାରେ ତିନିଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଦଳ ପକ୍ଷରୁ କଳାଦିବସ ପାଳନ କରାଯିବ ବୋଲି ଧମକ ଦିଆଯାଇଛି ।
ଦଳ ପକ୍ଷରୁ କୁହା ଯାଇଛି ଯେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଯୋଜନା ହୋଇଥିଲା । ଏଥିରେ ତୃତୀୟ ମହଲାରୁ ଅଦୃଶ୍ୟ ଶକ୍ତି କାମ କରୁଥିଲା । ଘଟଣା ପାଇଁ ଜିଲ୍ଲାପାଳ, ଏସପି ଏବଂ କୁଳପତି ଦାୟୀ । ଆଗାମୀ ତିନିଦିନ ମଧ୍ୟରେ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ଆଗକୁ କଳାଦିବସ ପାଳନ କରିବ ବିଜେପି ।