ରଥ ଖଳାରୁ ରଥନିର୍ମାଣ କାର୍ଯ୍ୟର ତ୍ରୟୋଦଶ ଦିବସରେ ସମୁଦାୟ ନିର୍ମାଣକାରୀଙ୍କ ମୋଟ ଉପସ୍ଥାନ-୧୭୭ ସେଥି ମଧ୍ୟରୁ ତିନିରଥର ମୋଟ ମହାରଣା-୭୫,ତିନିରଥର ଭୋଇ ସେବକ -୬୦,ତିନିରଥର କରତି ସେବକ -୪,ତିନିରଥର କମାର ସେବକ – ୧୬,ପାହି ମହାରଣା-୧,ତୁମ୍ବ ବିନ୍ଧ କାରୀଗର-୧,ତିନିରଥ ରୂପକାର ସେବକ – ୧୯ ଏବଂ ରଥଖଳା ସହାୟକ(ପାଣିବାଲା)୧ ଜଣ ଉପସ୍ଥିତ ଥିଲେ |
ତ୍ରୟୋଦଶ ଦିବସ ପର୍ଯ୍ୟନ୍ତ ରଥ ନିର୍ମାଣ ଅଗ୍ରଗତି ହୋଇଛି ତିନି ରଥର ମୁଖ୍ୟ ମହାରଣା ମାନେ “ପଇ ବିନ୍ଧ”ଅନୁକୂଳ ପୂଜା ଶେଷ କରିବା ପରେ ତିନିରଥର ମହାରଣା ମାନେ ନାହାକା ଚକ ପାଇଁ ପାଇ ବିନ୍ଧ ସମ୍ପନ୍ନ ପୂର୍ବକ ତିନି ରଥର ତିନିଟି ଲେଖାଁଏ ଚକ ପାଇଁ ପଇ ପିନ୍ଧା କାର୍ଯ୍ୟ ଶେଷ କରିଛନ୍ତି, ଏତତ୍ ବ୍ୟତୀତ ତିନିରଥ ପାଇଁ ଆବଶ୍ୟକ “କୁଡୁକା” ର ଚଉପଟ କାର୍ଯ୍ୟ ଶେଷ ହୋଇଅଛି |
ତାଳଧ୍ୱଜ ରଥର ମହାରଣା ମାନେ ଦୁଇଟି ନାହାକା ଚକ ସହ ଗୋଟିଏ ପଡିନାହାକା ଚକରେ ପଇପିନ୍ଧା କାର୍ଯ୍ୟ ଶେଷ କରି ସେଥିରେ ପନ୍ଦାରି ଏବଂ ବଳା ଫିଟିଙ୍ଗ ଶେଷ କରିଛନ୍ତି।
ଏଥି ସହ ଆଉ ଦୁଇ ଚକ ପାଇଁ ପଇ ରେ ବିନ୍ଧ କାର୍ଯ୍ୟ ଜାରୀ ରଖିଛନ୍ତି ।
ଏତତ୍ ବ୍ୟତୀତ ତାଳଧ୍ୱଜ ରଥର ଆବଶ୍ୟକ ୧୨ ଗୋଟି କୁଡୁକା ଚଉପଟ କାଯ୍ୟ ଶେଷ କରିଛନ୍ତି।ଏହି କୁଡୁକା ରଥର ଦଣ୍ଡା ଗୁଡିକୁ ବାନ୍ଧି ରଖିବା ପାଇଁ ଦଣ୍ଡା ଦଣ୍ଡା ମଧ୍ୟରେ ସଂଯୋଗ କରାଯାଏ |
ଦର୍ପଦଳନ ରଥର ଦୁଇଟି ନାହାକା ଚକର ପଇପିନ୍ଧା କାର୍ଯ୍ୟ ଶେଷ ହେବା ସହ ଆଉ ଦୁଇଟି ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଯନ୍ତା ଗାଡ଼ ଠାରେ ଭୋଇ ସେବକଙ୍କ ଦ୍ଵାରା ସମ୍ପନ୍ନ ହୋଇଅଛି | ଏଥିସହ ଆଉ ଦୁଇ ଚକ ପାଇଁ ଆଠଟି ପଇ ରେ ବିନ୍ଧ କାର୍ଯ୍ୟ ଜାରୀ ରହିଛି । ଏତତ୍ ବ୍ୟତୀତ ପଇ ପିନ୍ଧା ସରିଥିବା ନାହାକା ଚକ ତୂମ୍ବରେ ପନ୍ଦାରି ଏବଂ ବକା ଫିଟିଙ୍ଗ ଶେଷ ହୋଇଅଛି ।
ଏଥିସହ ଦେବୀ ରଥ ପାଇଁ ଆବଶ୍ୟକ ଆଠଟି କୁଡୁକା ଚଉପଟ
କାର୍ଯ୍ୟ ଶେଷ ହୋଇଅଛି।
ନନ୍ଦିଘୋଷ ରଥର ନାହାକା ଚାରି ଚକରେ ପଇ ପିନ୍ଧା କାର୍ଯ୍ୟ ଶେଷ ହୋଇଅଛି |ଏଥିସହ ପଞ୍ଚମ ଚକ ର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଯନ୍ତା ଗାଡ଼ ଠାରେ ଭୋଇ ସେବକଙ୍କ ଦ୍ୱାରା ଶେଷ ହୋଇଅଛି |ନାହାକା ଚକରେ ପନ୍ଦାରି ଏବଂ ବଳା ସଂଯୋଗ ଶେଷ ହୋଇଅଛି । ଏଥି ସହ ନନ୍ଦିଘୋଷ ରଥ ପାଇଁ ଆବଶ୍ୟକ ୧୨ ଗୋଟି କୁଡୁକା ଅଉପଟ କାର୍ଯ୍ୟ ଶେଷ ହୋଇଅଛି ।ଦଣ୍ଡା କୁ ଦଣ୍ଡା ସଂଯୋଗ ଏହି କୁଡୁକା ଦ୍ୱାରା କରା ଯାଇଥାଏ ଫଳରେ ଦଣ୍ଡା ନହଲି ମଜବୁତ ହୋଇଥାଏ, ଏହା ରଥର ଫ୍ରେମ ହେତୁ ରଥର ସମସ୍ତ ଭାର ବହନ କରିଥାଏ |
ତିନିରଥର କରତି ସେବକ ମାନେ
ତିନିରଥର ୪୨ ତୁମ୍ବରୁ ୩୬ ଗୋଟି ତୁମ୍ବର ବଳକା ଅଂଶ ର ଘେର କଟା କାର୍ଯ୍ୟ ଶେଷ କରି ଛନ୍ତି ।
ଦୋଳବେଦୀ ସ୍ଥ ଅସ୍ଥାୟୀ କମାର ଶାଳରେ ତିନିରଥର କମାର ସେବକ ମାନେ ତିନିରଥ ପାଇଁ ଯଥା ଦେବୀ ରଥ ର ନାହାକା ଚକ ପାଇଁ,ଚାରି ଚକର ପନ୍ଦାରି ଏବଂ ବଳା ,ତାଳଧ୍ୱଜ ରଥ ର ଦୁଇ ନାହାକା ଚକ ପାଇଁ ପନ୍ଦାରି ସହ ବଳା ଏବଂ ନନ୍ଦିଘୋଷ ରଥର ଚାରି ନାହାକା ଚକର ପନ୍ଦାରି ସହ ବଳା ତିନି ରଥର ମହାରଣା ମାନଙ୍କୁ ଯୋଗାଇ ତିନିରଥର ପଡ଼ି ନାହାକା ଚକ ପାଇଁ ପନ୍ଦାରି ଏବଂ ବଳା ନିର୍ମାଣ ଜାରୀ ରଖିଛନ୍ତି।ଏହି ସୂଚନା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରଦାନ କରାଯାଇଛି |