ମାଲକାନଗିରି, ମାଲକାନଗିରି ସରକାରୀ ପଲିଟେକନିକ ଅନୁଷ୍ଠାନର ପ୍ରଥମ ବାର୍ଷିକ ଉତ୍ସବ ଗତକାଲି ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପୋଲିସ ଅଧୀକ୍ଷକ ନୀତେଶ ୱାଧୱାନୀ ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାୟକ ସମ୍ମାନିତ ଅତିଥି, ଅଧ୍ୟାପକ ଡ.ରଞ୍ଜନ କୁମାର ସ୍ଵାଇଁ ମୁଖ୍ୟବକ୍ତା ଏବଂ ଜିଲ୍ଲା କଲ୍ୟାଣ ଅଧିକାରୀ ପ୍ରଫୁଲ୍ଲ କୁମାର ଭୁଜବଳ, ଜିଲ୍ଲା ଶିଳ୍ପକେନ୍ଦ୍ରର ଜେନେରାଲ ମ୍ୟାନେଜର ତରୁଣକାନ୍ତ ମହାନ୍ତି, ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀ ପ୍ରମୁଖ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ। ସମସ୍ତ ମାନ୍ୟଗଣ୍ୟ ଅତିଥି ଛାତ୍ରଛାତ୍ରୀଙ୍କ ପାଠପଢା ସହିତ ଉଜ୍ଵଳ ଭବିଷ୍ୟତ ଗଠନ କରିବା ପାଇଁ ସୁନ୍ଦର ଭାଷଣ ଦେଇଥିଲେ। ସମସ୍ତ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଅନୁଷ୍ଠାନର ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ଦାସ ଭାଷଣ ଦେଇଥିଲେ।
ଏହି ଅବସରରେ ଦୁଇ ଖେଳ ଶିକ୍ଷକ ବବିତା ମହାନ୍ତି, ଜୋସ୍ନାରାଣୀ ପ୍ରଧାନ ଏବଂ ସମସ୍ତ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଅଧ୍ୟାପକମାନେ ମଧ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଛାତ୍ରଛାତ୍ରୀମାନେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।