ସମ୍ବଲପୁର, ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଖର୍ଲା ବାଇପାସ୍ ବ୍ରିଜ୍ ନିକଟରେ ଆଜି ସକାଳେ ଜଣେ ଶିକ୍ଷକଙ୍କ ମୃତଦେହ ମିଳିଛି । ତାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଥିବାର ସନ୍ଦେହ କରାଯାଉଛି । ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଶିକ୍ଷକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ କୁଚିଣ୍ଡା ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ ଏହି ହତ୍ୟା ପଛରେ କିଏ ରହିଛି ସେ ବିଷୟରେ କୌଣସି ସୂଚନା ମିଳି ପାରି ନାହିଁ । ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଶବ ବ୍ୟବଚ୍ଛେଦ ଲାଗି ଡାକ୍ତରଖାମନାକୁ ପଠାଯିବ ବୋଲି ସୂଚନା ମିଳିଛି ।