ଭବାନିପାଟଣା,କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ ତିନିଜଣ ଆଦିବାସୀ ବାଳିକାଙ୍କୁ ଦୁଷ୍କର୍ମ ଘଟଣାର ପାଞ୍ଚଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଚାରିଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ପଞ୍ଚମ ତଥା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଲିସ ଆଖିରେ ଧୂଳିଦେଇ ବୁଲୁଥିଲା। କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ ସୁନୀତି ମୁଣ୍ଡ୍ ଏବଂ ପରିଷଦର ସଦସ୍ୟଗଣ ପ୍ରଥମେ ପୀଡିତା ଓ ସେମାନଙ୍କ ପରିବାରକୁ ଭେଟି ଆଲୋଚନା କରିବା ପରେ ଥାନା କର୍ତ୍ତୃପକ୍ଷଙ୍କୁ ଭେଟି ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ତାହା ନହେଲେ କଳାହାଣ୍ଡି ବିକାଶ ପରିଷଦ ଏହି ପ୍ରସଙ୍ଗରେ ଜନଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲେ। ଏହାପରେ ପଞ୍ଚମ ଅଭିଯୁକ୍ତକୁ କେନ୍ଦୁପେଟ ଗ୍ରାମରୁ ଗିରଫ କରାଯାଇଥିବା ଜଣାଯାଇଛି।
ପ୍ରକାଶ ଥାଉ କି, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅଧିନସ୍ତ ବିଜେପୁର ଥାନା ଅଞ୍ଚଳର ପାଜୀବାହାଳୀ ରାସ୍ତାରେ ଦୁଇଜଣ ଆଦିବାସୀ ନାବାଳିକା କୁ ଗଣଦୁଷ୍କର୍ମ ଅଭିଯୋଗରେ ବିଜେପୁର ଥାନାରେ ଅଭିଯୋଗ ହୋଇଥିଲା | ଏହି ଘଟଣାରେ ବିଜେପୁର ପୋଲିସ ପାଜୀବାହାଳୀ ଗ୍ରାମର ସୁମନ୍ତ ହରିଜନ ବୟସ 19, ଅମର ହରିଜନ ବୟସ 22, ଧନେଷ୍ଟି ନାଏକ ବୟସ 22, ଗିରଫ କରିଥିବା ବେଳେ ସମ୍ପୃକ୍ତ ଥିବା ଜଣେ ନାବାଳକକୁ ଜୁଭେନାଳ ଜଷ୍ଟି ବୋର୍ଡ ନିକଟରେ ହାଜର କରାଯାଇଥିବା ଜଣାପଡିଛି | ଗିରଫ ଅଭିଯୁକ୍ତ ମାନଙ୍କୁ ଭବାନୀପାଟଣା ଅଣାଯାଇ ଘଟଣା ସମ୍ପର୍କରେ ଜେରା କରାଯାଇଥିବା ବେଳେ ଜେରା ପରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଡାକ୍ତରୀ ମାଇନା ପରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଧାରା 363,366,376 ସଂଗୀନରୁ ସଂଗୀନ ଅଭିଯୋଗରେ ଦଣ୍ଡିତ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଥିବା ବେଳେ ଆଜିକୁ ଅଠର ଦିନ ବିତିଯାଇଥିଲେ ସୁଦ୍ଧା ମୁଖ୍ୟ ଆସାମୀ ବୋଲାଉ ଥିବା ରାଜୀବ ମାଝୀଙ୍କୁ ପୋଲିସ ଏ ପର୍ଯ୍ୟନ୍ତ ଧରିବାରେ ବିଫଳ ହୋଉଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ତଥା ବୁଦ୍ଧିଯିବି ମହଲରେ ପୋଲିସର କାର୍ଯ୍ୟ କାରିତାକୁ ନେଇ ଅଶାନ୍ତିର ବାତାବରଣ ଦେଖାଦେବା ବେଳେ କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ. ସୁନୀତି ମୁଣ୍ଡଙ୍କ ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଗସ୍ତ ବେଳେ ପୋଲିସର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇବା ସହ ବିଜେପୁର ଥାନାଧିକାରୀ ଲିଙ୍ଗରାଜ ସେଠିଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିବା ସହ ଘଟଣା ସମ୍ପର୍କରେ ହସ୍ତକ୍ଷେପ ପରେ ବିଜେପୁର ପୋଲିସ ତତ୍ପରତା ଦେଖାଇ ମୁଖ୍ୟ ଅଭିଯୁକ୍ତ ବୋଲାଉ ଥିବା ରାଜୀବ ମାଝୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି | ଏନେଇ ପୋଲିସର କାର୍ଯ୍ୟକାରିତାକୁ ନେଇ ଚାରିଆଡେ ପ୍ରଶ୍ନବାଚୀ ସୃଷ୍ଟି ହୋଉଥିବା ବେଳେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ. ସୁନୀତି ମୁଣ୍ଡ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଆଦିବାସୀଙ୍କ ଉପରେ ବାରମ୍ବାର ଅତ୍ୟାଚାର ହେଉଥିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଅଭିଯୁକ୍ତଙ୍କୁ କଡା ଦଣ୍ଡ ଦେବାକୁ କହିଛନ୍ତି!
Related Stories
November 24, 2024
November 24, 2024