
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିମା ଧର୍ମର ଆଦିପ୍ରବକ୍ତା ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ – ମହିମା ଧର୍ମର ଆଦିପ୍ରବକ୍ତା ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ତାଙ୍କ ରଚିତ ‘ସ୍ତୁତି ଚିନ୍ତାମଣି’, ‘ମହିମା ବିନୋଦ’ ପରି ସୃଜନସୃଷ୍ଟି ଏବଂ ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ’ ପରି ପଂକ୍ତି ଚିର ଅନନ୍ୟ। ଭୀମ ଭୋଇଙ୍କ ପ୍ରଦର୍ଶିତ ମାର୍ଗ ଏବଂ ତ୍ୟାଗପୂତ ଜୀବନ ଆଦର୍ଶ ସର୍ବଦା ପ୍ରେରଣାର ଉତ୍ସ।