ଲକ୍ଷ୍ନୌ, କେନ୍ଦ୍ରୀୟ ଖେଳ ଓ ଯୁବ ମାମଲାର ମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀର ଜନ୍ତର ମନ୍ତର ଠାରେ ଧାରଣାରେ ବସିଥିବା କୁସ୍ତି ଖେଳାଳୀ ମାନଙ୍କୁ ଧାରଣା ସମାପ୍ତ କରିବାକୁ ଅପିଲ କରିଛନ୍ତି। ଲକ୍ଷ୍ମୌ ଠାରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା କେନ୍ଦ୍ରୀୟ ଖେଳ ଓ ଯୁବ ମାମଲାର ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହି ଅପିଲ କରିଛନ୍ତି ।
ଶୁକ୍ରବାର ଦିନ ଲକ୍ଷ୍ନୌ ପହଂଚିବା ପରେ ସାମ୍ବାଦିକ ମାନେ ଶ୍ରୀ ଠାକୁରଙ୍କୁ କୁସ୍ତି ଖେଳାଳୀ ମାନଙ୍କର ଦିଲ୍ଲୀର ଜନ୍ତର ମନ୍ତର ଠାରେ ଧାରଣା ଦେଉଥିବା ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ ।
ଏହି ପ୍ରଶ୍ନର ଉତ୍ତରରେ ଶ୍ରୀ ଠାକୁର କହିଛନ୍ତି ଯେ କୁସ୍ତି ଖେଳାଳୀ ମାନଙ୍କର ସଠିକ ଦାବି ଗୁଡିକୁ ସ୍ୱୀକାର କରାଯାଇ ସାରିଛି । ଦିଲ୍ଲୀ ପୋଲିସ ଏହା ମାମଲାର ନିରପେକ୍ଷ ଜାଂଚ କରୁଛି । ତେଣୁ ଆନ୍ଦୋଳନ କରୁଥିବା କୁସ୍ତି ଖେଳାଳୀ ମାନଙ୍କୁ ଧାରଣା ସମାପ୍ତ କରିବା ଉଚିତ ।
ଶ୍ରୀ ଠାକୁର ଆହୁରି କହିଛନ୍ତି ଯେ ଏହି ମାମଲାରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରି ସାରିଛି । ଏବେ ତ ସୁପ୍ରିମକୋର୍ଟ ମଧ୍ୟ କହି ସାରିଲେଣି ଯେ ଆଇନ ତାର କାମ କରୁଛି । ତେଣୁ ଜନ୍ତର ମନ୍ତର ଠାରେ ଆନ୍ଦୋଳନରତ କୁସ୍ତି ଖେଳାଳୀ ମାନଙ୍କୁ ଧାରଣା ପ୍ରଦର୍ଶନ ବନ୍ଦ କରିବା ଉଚିତ ।
ଶ୍ରୀ ଠାକୁର କହିଛନ୍ତି ଯେ ମୋଦୀ ସରକାର ସର୍ବଦା ଖେଳ ଓ ଖେଳାଳୀ ମାନଙ୍କୁ ଅଗ୍ରାଧିକାର ଦେଇ ଆସିଛନ୍ତି । ସବୁ କ୍ଷେତ୍ରର ଖେଳରେ ଭାରତ ଏବେ ଖୁବ ଭଲ ପ୍ରଦର୍ଶନ କରୁଛି । ଆମେ ବ୍ୟାଡମିଂଟନ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଖେଳରେ ଭଲ ପ୍ରଦର୍ଶନ କରୁଛୁ । ମୋଦୀ ସରକାର ଖେଳର ବଜେଟରେ ଖୁବ ବୃଦ୍ଧି କରିଛନ୍ତି । ଖେଳ ପାଇଁ ପୂର୍ବରୁ 964 କୋଟି ଟଙ୍କାର ବଜେଟ ଥିଲା ଯାହାକୁ ବଢା ଯାଇ 3393 କୋଟି ଟଙ୍କା କରାଯାଇଛି । 11 ଜଣ ଖେଳାଳୀଙ୍କ ଉପରେ ଅଢେଇ କୋଟି ଠାରୁ ଆରମ୍ଭ କରି ତିନି କୋଟି ଟଙ୍କା ଖର୍ଚ କରାଯାଇଛି ।
ଶ୍ରୀ ଠାକୁର କହିଛନ୍ତି ଯେ ଖେଳାଳୀ ମାନଙ୍କର ଦାବି ସମ୍ପର୍କିତ ଯେଉଁ ପ୍ରଶ୍ନ ରହିଛି ସେ ବିଷୟରେ ମୁଁ ସ୍ପଷ୍ଟ କରିବାକୁ ଚାହେଁ, ଯେ ସେମାନେ ନିରପେକ୍ଷ ଜାଂଚ କରିବାକୁ ଦାବି କରିଥିଲେ । ଏହାର ପ୍ରସ୍ତୁତି ଚାଲିଛି । ସେମାନେ ଏକ କମିଟି ଗଠନ କରିବାକୁ ଦାବି କରିଥିଲେ । ଏହି କମିଟିର ଗଠନ କରି ଦିଆଯାଇଛି । ନିରପେକ୍ଷ ଜାଂଚ ପାଇଁ ଦାବି ଥିଲା । ପୋଲିସ ତାକୁ କରୁଛି । ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ରାୟ ଦେଇ ସାରିଲେଣି । ମୋର ସମସ୍ତଙ୍କୁ ଅପିଲ ଯେ ସବୁ ଖେଳାଳୀ ଧାରଣା ସମାପ୍ତ କରନ୍ତୁ, ନିରପେକ୍ଷ ଜାଂଚ ହେବାକୁ ଦିଅନ୍ତୁ । ସତ କଣ ମିଛ କଣ ତାହା ସ୍ପଷ୍ଟ ହୋଇଛି । ଯିଏ ଦୋଷୀ ଥିବ ତାଙ୍କ ବିରୁଦ୍ଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।