ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ସର୍ବାଧିକ ୭୫.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦରେ ୩୭.୨ ମି.ମି., କନ୍ଧମାଳ ଜିଲ୍ଲାର ରାଇକିଆରେ ୩୧.୬, କଟକ ଜିଲ୍ଲାର ଆଠଗଡ଼ରେ ୨୯.୦ ମି.ମି., କୋରାପୁଟ ଜିଲ୍ଲାର କୋଟପାଡ଼ରେ ୨୭.୦, ନବରଙ୍ଗପୁରରେ ୨୫.୦, କୋରାପୁଟ ଜିଲ୍ଲାର ବୋରିଗୁମ୍ମାରେ ୧୯.୨, କନ୍ଧମାଳ ଜିଲ୍ଲାର କଳିଙ୍ଗାରେ ୧୪.୦ ଏବଂ ମୟୂରଭଞ୍ଜ ଜିଲ୍ଲାର ଯଶୀପୁରରେ ସର୍ବନିମ୍ନ ୧୩.୩ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 22, 2024