ରାଇରଙ୍ଗପୁର, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୦୦ ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ଦାଣ୍ଡବୋଷ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମପୀଠରେ ପହଂଚି ତାଙ୍କ ସମାଧିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଏହାପରେ ସେ ଦାଣ୍ଡବୋଷ ଗ୍ରାମକୁ ଯାଇ ସେଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ସେଠାରେ ଆୟୋଜିତ ଏକ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ସେ ଉଦବୋଧନ ଦେଇଥିଲେ ।
ଆଜି ମଧ୍ୟାହ୍ନରେ ହେମନ୍ତ ସୋରେନ ଝାଡ଼ଖଣ୍ଡରୁ ହେଲିକେପ୍ଟର ଯୋଗେ ଆସି ପ୍ରଥମେ ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ଅବତରଣ କରିଥିଲେ । ଏହାପରେ ସେ ରଘୁନାଥ ମୁର୍ମୁଙ୍କ ଜନ୍ମପୀଠ ଅଭିମୁଖେ ଯାତ୍ରା କରିଥିଲେ ।