ଭୁବନେଶ୍ୱର, ସ୍ଥାନୀୟ ରୋଟାରୀ ଭବନଠାରେ ରାଜଧାନୀ ଶାଖା କଳିଙ୍ଗ ବୈଶ୍ୟ ସମାଜର ନୂତନ କର୍ମକର୍ତା ବାଛିବା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ମୋଟ୍ ୧୭୪ଜଣ ଇସି ଭୋଟରମାନେ ଅଂଶଗ୍ରହଣ କରିଥିଲେ । ରାଜଧାନୀ ଶାଖାରେ କିଛି ବିବାଦ ଯୋଗୁଁ ଗତ ତିନି ବର୍ଷ ମଧ୍ୟରେ ନିର୍ବାଚନ ହୋଇପାରୁ ନଥିଲା । ଆଜି ସମସ୍ତେ ଏକମନ ହୋଇ ଶାନ୍ତିଶୃଙ୍ଖଳା ସହ ନିର୍ବାଚନରେ ଭାଗ ନେଇଥିବାରୁ ସମସ୍ତେ ଉଲ୍ଲସିତ ଥିଲେ । ଉତ୍କଳ ବୈଶ୍ୟ ସମାଜର ରାଜ୍ୟସଭାପତି ତାଲାସୁ କେଦାରନାଥ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ନିର୍ବାଚନକୁ ଡକ୍ଟର କୋଟିନି ନାରାୟଣ ପାତ୍ର ଓ କଟାପା ଅଶୋକ କୁମାର ପାତ୍ର ପରିଚାଳନା କରିଥିଲେ । ମୋଟ୍ ୫ଟି ପଦ ଯଥା- ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇଥିଲା । ନିର୍ବାଚନ ପରେ ଫଳାଫଳ ଘୋଷଣା ହେବାରୁ ଶ୍ରୀ ଭେଙ୍କଟ ବାଲାଜୀ ପାତ୍ର ୧୧୭ ଖଣ୍ଡ ଭୋଟ୍ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ୟୁ ତ୍ରିପତି ସୁବୁଦ୍ଧି ସାଧାରଣ ସମ୍ପାଦକ ଭାବେ, ସୁରେନ୍ଦ୍ର ନାଥ ଚୌଧୁରୀ ଉପସଭାପତି ଭାବେ, ଭବାନୀ ପାତ୍ର ଯୁଗ୍ମ ସଚିବ ଭାବେ ଓ ଏସ୍. ନିରଞ୍ଜନ ପାତ୍ର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ପରେ ପରେ ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ମା କନ୍ୟକା ପରମେଶ୍ୱରୀ ଠାକୁରାଣୀଙ୍କ ଫଟୋ ସମ୍ମୁଖରେ ଓ ମା’ଙ୍କ ନାମରେ ଶପଥ ଗ୍ରହଣ କରିଥିଲେ । ଶପଥ ଗ୍ରହଣ ପରେ, ନିଜ ପ୍ରତିକ୍ରିୟାରେ ସମସ୍ତ ଇସି ଭୋଟରମାନଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କୁ ନେଇ କାମ କରିବି, ସବୁ ପ୍ରତିଶ୍ରୁତି ଓ ଇସ୍ତାହାରକୁ ଅକ୍ଷରେ ଅକ୍ଷରେ ପାଳନ କରିବି ଏବଂ ମୋ ସିଲେକସନ୍ ସବୁ ଲୋକ ଜିତିକି ଆସିଥିବାରୁ ସବୁ ଡିସ୍ପୁଟ୍ ଦୂରେଇ ୬ ବର୍ଷ ପରେ ନିର୍ବାଚନ ହୋଇଥିବାରୁ ମୁଁ ବହୁତ ଆନନ୍ଦିତ ବୋଲି କହିଛନ୍ତି ନୂତନ ସଭାପତି ଶ୍ରୀ ଭେଙ୍କଟ ବାଲାଜୀ ପାତ୍ର । ସେହିପରି କଳିଙ୍ଗ ବୈଶ୍ୟ ସମାଜର ଏଣିକି ଉନ୍ନତି ପାଇଁ କାମ କରିବୁ, ବୁଦ୍ଧିଜୀବୀମାନଙ୍କୁ ନେଇ ଆଡ୍ଭାଇଜରୀ କମିଟି କରିବୁ, ଆମର ସବୁ ସର୍ତ ଓ ସ୍ୱପ୍ନ ସାକାର କରିବୁ, ଏଥିପାଇଁ ଆସନ୍ତା ପ୍ରଥମ ବୈଠକରେ ରୋଡ୍ ମ୍ୟାପ୍ ଗଠନ କରି ଆମ ସମାଜର ଉନ୍ନତି ପାଇଁ ଆଗେଇଯିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନୂତନ ସାଧାରଣ ସମ୍ପାଦକ ୟୁ ତ୍ରିପତି ସୁବୁଦ୍ଧି ।
Related Stories
November 23, 2024
November 23, 2024
November 23, 2024