-
ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ଫେରାଦ ହେଲା ବିଜେପି
-
ଝାରସୁଗୁଡାରେ ବିଜୁ ଜନତା ଦଳର ପ୍ରଭାବ ଥିବା କାରଣରୁ ସ୍ଥାନୀୟ ପୋଲିସ ପ୍ରଶାସନ ଉପରେ ଭରସା ନାହିଁ
-
ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନିୟମିତ ଅପରାଧି ଓ ଦାଗୀମାନଙ୍କୁ ଚିହ୍ନଟ କରି ଗିରଫ କରାଯାଉ
-
ଭୋଟିଂ ସମୟରେ ବ୍ୟାପକ ମାତ୍ରାରେ ହିଂସାକାଣ୍ଡର ଆଶଂକା ଥିବା କାରଣରୁ ସମସ୍ତ ବୁଥ୍ର ଉଭୟ ବାହାରେ ଏବଂ ଭିତରେ ସିସି ଟିଭି କ୍ୟାମେରା ଲଗାଯାଉ
-
ପର୍ଯ୍ୟାପ୍ତ ପରିମାଣର ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଉ
-
ଆବଶ୍ୟକ ପଡିଲେ କେନ୍ଦ୍ରୀୟ ସୁରକ୍ଷା ବଳକୁ ଆଇନଶୃଙ୍ଖଳା ମୁକାବିଲା ପାଇଁ ନିୟୋଜନ କରାଯାଉ
ଝାରସୁଗୁଡା / ଭୁବନେଶ୍ୱର, କୁଶାସନ କାରଣରୁ ୨୩ବର୍ଷର ନବୀନ ସରକାରଙ୍କଠାରୁ ମୁହଁ ଫେରାଉଛନ୍ତି ଓଡିଶାବାସୀ । ନିରାଶ ଏବଂ ହତାସ ହୋଇ ବିଜୁ ଜନତା ଦଳ ଗୋଟିଏ ପରେ ଗୋଟିଏ ଭୁଲ କରିଚାଲିଛି । ନିର୍ବାଚନରେ ଯେଣତେଣ ଭାବେ ଭୋଟ ହାତେଇବା ପାଇଁ ସରକାରୀ କଳ ଓ ବଳକୁ ବ୍ୟବହାର କରି ଶାସକ ବିଜେଡି ସମସ୍ତ ପ୍ରକାରର ଆଇନ ଉଲ୍ଲଂଘନ କରିଚାଲିଛି । ନିର୍ବାଚନ ହାରିବା ଭୟରେ ଗତ କିଛି ବର୍ଷ ହେବ ବିରୋଧୀଙ୍କ ଉପରେ ହିଂସା କାର୍ଯ୍ୟକଳାପକୁ ମୁଖ୍ୟ ଅସ୍ତ୍ର ଭାବେ ଆୟୁଧ କରି ନିର୍ବାଚନୀ ସଫଳତା ପାଇବାର ପ୍ରୟାସ ଆରମ୍ଭ କରିଦେଇଥିବା ଶାସକ ବିଜେଡି ଚଳିତ ଝାରସୁଗୁଡା ଉପନିର୍ବାଚନରେ ମଧ୍ୟ ଅବିକଳ ପନ୍ଥା ଆପାଣାଇଛି । ଗତ କାଲି ଗୋଟିଏ ଦିନରେ ଦଳୀୟ ପ୍ରାର୍ଥୀ ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ଉପରେ ଶାସକ ବିଜେଡିର କର୍ମୀମାନଙ୍କ ଦ୍ୱାରା ଦୁଇ ଦୁଇ ଥର ଢେଲା, ପଥର ଓ ଅଣ୍ଡା ଦ୍ୱାରା ଆକ୍ରମଣ କରାଯିବା ଘଟଣା ଶାସକ ବିଜେଡିର ହିଂସାତ୍ମକ ମନୋଭାବକୁ ପୁଣି ଥରେ ପ୍ରମାଣିତ କରିଛି । ଏପରିକି ତାଙ୍କ ସହ ପ୍ରଚାର କରୁଥିବା ସୁନ୍ଦରଗଡ ବିଧାୟିକା ତଥା ତାରକା ପ୍ରଚାରକ ଶ୍ରୀମତୀ କୁସୁମ ଟେଟେଙ୍କୁ ମଧ୍ୟ ଆକ୍ରମଣ କରାଯିବା ସହିତ ତାଙ୍କ ଗାଡିକୁ ଭାଙ୍ଗିରୁଜି ଦିଆଯାଇଥିଲା । ସ୍ଥାନୀୟ ଲଇକେରା ଥାନାରେ ଏତଲା ଦେବା ପାଇଁ ଯାଇଥିବା ଜନଜାତି ସଂପ୍ରଦାୟର ଶ୍ରୀମତୀ ଟେଟେଙ୍କ ଅଭିଯୋଗ ଆଧାରରେ ଏଫଆଇଆର ମଧ୍ୟ ରୁଜୁ କରାଯାଇନଥିଲା । ଥାନାରେ ନିଜ ସମର୍ଥକଙ୍କ ସହ ଥିବାବେଳେ ଶ୍ରୀମତୀ ଟେଟେଙ୍କୁ ବିଜେଡି କର୍ମୀମାନେ ଅତ୍ୟନ୍ତ ଅଭଦ୍ର ଆଚରଣ କରିବା ସହିତ ବନ୍ଧୁକ, ଖଣ୍ଡା, ଲୁହାରଡ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ମାରି ଦେବାର ଧମକ ଦେଇଥିଲେ ବିଜେଡି କର୍ମୀମାନେ ଏବଂ ସ୍ଥାନୀୟ ପୋଲିସ ସଂପୂର୍ଣ୍ଣ ନୀରବଦ୍ରଷ୍ଟା ସାଜି ରହିଥିଲା । ଏହି ଘଟଣା ଗଣତନ୍ତ୍ର ପ୍ରତି ଉପହାସ, ଯାହାକି ଅତ୍ୟନ୍ତ ନିନ୍ଦନୀୟ । ଚଳିତ ଝାରସୁଗୁଡା ଉପନିର୍ବାଚନ ସମୟରେ ଶାନ୍ତି ବଜାୟ ରହିବା ନିହାତି ଆବଶ୍ୟକ । ଗତ କାଲି ଘଟିଯାଇଥିବା ଘଟଣା ପ୍ରସଙ୍ଗରେ ଲଇକେରା ଥାନାରେ ଲାଗିଥିବା ସିସି ଟିଭିର ଫୁଟେଜ ଆଧାରରେ ଦୋଷୀମାନଙ୍କୁ ଗିରଫ କରିବା ସହ ମାମଲା ରୁଜୁ କରି ତଦନ୍ତ କରିବାକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦାବୀ କରିଛନ୍ତି ।
ଗତ କାଲିର ଘଟଣା ଏବଂ ଚଳିତ ଝାରସୁଗୁଡା ଉପ ନିର୍ବାଚନରେ ଶାସକ ବିଜେଡିର କର୍ମୀମାନଙ୍କ ଦ୍ୱାରା ପ୍ରତିଦିନ ବୃଦ୍ଧି ପାଇଚାଲିଥିବା ହିଂସାକାଣ୍ଡ ପ୍ରସଙ୍ଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଆଜି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀ ଡି.କେ.ତିଓ୍ôାରୀ (ଆଏଏସ) ଏବଂ କେନ୍ଦ୍ରୀୟ ପୋଲିସ ପର୍ଯ୍ୟବେକ୍ଷକ ମହମ୍ମଦ ଅନସାରୀ (ଆପିଏସ)ଙ୍କୁ ଭେଟି ବିସ୍ତୃତ ଭାବେ ଅବଗତ କରାଇଥିଲେ ।
ଚଳିତ ଝାରସୁଗୁଡା ଉପ ନିର୍ବାଚନ ଭୟମୁକ୍ତ, ଅବାଧ, ମୁକ୍ତ, ନିରପେକ୍ଷ ହେବା ଉଚିତ୍ । ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସମସ୍ତ ସରକାରୀ କର୍ମଚାରୀମାନେ ଶାସକ ବିଜେଡିର ହାତବାରିସୀ ନହୋଇ ନିଜ ସାମ୍ବିଧାନିକ ଦାୟୀତ୍ୱ ସଠିକ ଭାବେ ନିର୍ବାହ କରନ୍ତୁ । ଶାସନ ଓ କ୍ଷମତାର ଅପବ୍ୟବହାର କରି ଶାସକ ବିଜେଡି ବାରମ୍ବାର ଏଭଳି ଘଟଣା ଘଟାଉଛି । ଭାରତୀୟ ଜନତା ପାର୍ଟୀ ବାରମ୍ବାର ପୋଲିସ ଓ ପ୍ରଶାସନ ନିକଟରେ ଅଭିଯୋଗ କରିଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ । ଏହି ନିର୍ବାଚନକୁ କୈାଣସି ତାମସା ନକରୁ ବିଜେଡି ବୋଲି ଶ୍ରୀ ସାମଲ କହିଛନ୍ତି ।
ଝାରସୁଗୁଡାରେ ବିଜୁ ଜନତା ଦଳର ପ୍ରଭାବ ଥିବା କାରଣରୁ ସ୍ଥାନୀୟ ପୋଲିସ ଉପରେ ଭରସା କରାଯାଉନାହିଁ । ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନିୟମିତ ଅପରାଧି ଓ ଦାଗୀମାନଙ୍କୁ ଚିହ୍ନଟ କରି ଗିରଫ କରାଯାଉ । ଭୋଟିଂ ସମୟରେ ବ୍ୟାପକ ମାତ୍ରାରେ ହିଂସାକାଣ୍ଡର ଆଶଂକା ଥିବା କାରଣରୁ ସମସ୍ତ ବୁଥ୍ର ଉଭୟ ବାହାରେ ଏବଂ ଭିତରେ ସିସି ଟିଭି କ୍ୟାମେରା ଲଗାଯାଉ । ପର୍ଯ୍ୟାପ୍ତ ପରିମାଣର ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଉ । ଆବଶ୍ୟକ ପଡିଲେ କେନ୍ଦ୍ରୀୟ ସୁରକ୍ଷା ବଳକୁ ଆଇନଶୃଙ୍ଖଳା ମୁକାବିଲା ପାଇଁ ନିୟୋଜନ କରାଯିବାକୁ ଶ୍ରୀ ସାମଲ ଦାବୀ କରିଛନ୍ତି ।
ଏହି ପ୍ରତିନିଧି ଦଳରେ ସାଂସଦ ସୁରେଶ ପୁଜାରୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେ.ଭି.ସିଂହଦେଓ, ବରିଷ୍ଠ ନେତା ଦିନେଶ ଜୈନ ଓ ସୁରମା ପାଢୀ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁରଜ ସୂର୍ଯ୍ୟବଂଶୀ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ଓ ସତ୍ୟନାରାୟଣ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ ।