ଭୁବନେଶ୍ୱର – ସଂସଦରେ ସିଏବି ବିଲ୍ ପାସ୍ ହେବା ପରେ ଓଡିଶାର ୪ ଟି ଜିଲ୍ଲା ବାଲେଶ୍ୱର , ଭଦ୍ରକ , ଯାଜପୁର ଓ କେନ୍ଦ୍ରାପଡାର ମୁସଲିମ୍ ପ୍ରତିନିଧି ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଶୁକ୍ରବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ସୁରକ୍ଷା ନେଇ ଆଲୋଚନା କରିଥିଲେ । ଆଲୋଚନା ପରେ ପ୍ରତିନିଧି ମାନେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସମ୍ପୃକ୍ତ ବିଲ୍ କୁ ନେଇ ସେମାନଙ୍କ ମନରେ ଦେଖାଦେଇଥିବା ଭୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ସେମାନେ ପ୍ରକାଶ କରିଛନ୍ତି । ଓଡିଶାରେ ନାଗରିକତା ସଂଶୋଧନ ବିଲ୍ (ଏନଆରସି) ଲାଗୁ ନକରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛୁ । ଅନ୍ୟପକ୍ଷେ ସିଏବି କୁ ସମର୍ଥନ ଦେଇଥିଲେ ହେଁ ଏନଆରସି ଲାଗୁ କରିବା ରାଜ୍ୟ ସରକାରଙ୍କ ଅଧୀନ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ମୁସଲିମ୍ ପ୍ରତିନିଧିମାନେ ପ୍ରକାଶ କରିଛନ୍ତି ।
Related Stories
November 24, 2024
November 24, 2024