
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ପୁରୀ ସହରରେ ଶ୍ରୀମନ୍ଦିର ନିକଟ, ବଡଦାଣ୍ଡ, ବଗଲା ଧର୍ମଶାଳା , ଡାକ୍ତରଖାନା ଛକ, ମାଟିଆପଡା, ସିଦ୍ଧମହାବୀର, କୁମ୍ଭାରପଡା , ଅଠରନଳା ପ୍ରଭୁତି ବିଭିର୍ଣ୍ଣ ସ୍ଥାନ ରେ ବର୍ଷ ବର୍ଷ ଧରି ଦୋକାନ କରି ଜୀବିକା ନିର୍ବାହ କରୁଥିବା ଲୋକେ କେତେଗୁଡିଏ ଜନକଲ୍ୟାଣ କାରି ପ୍ରକଳ୍ପ ରେ କ୍ଷତିଗ୍ରସ୍ତ ହେଲେ ଓ ଉଛେଦ ହୋଇ ଜୀବିକା ହରାଇଥିଲେ |ସେମାନଙ୍କ ପାଇଁ ଭେଣ୍ଡିଙ୍ଗ ଜୋନ ନାହିଁ ହେଲେ ସରକାର ଙ୍କ ଦ୍ୱାରା ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଏକ ମାତ୍ର ଭରସା ଥିଲା ହେଲେ ଏହା ଅସମ୍ଭବ |ପ୍ରକଳ୍ପ ରୁ ଉଛେଦ ବେଳେ ପ୍ରଶାସନ ପକ୍ଷରୁ ଥଇଥାନ ପାଇଁ ମୌଖିକ ଭାବେ ପ୍ରତିଶୃତି ମଧ୍ୟ ମିଳି ଥିଲା ଯାହାକି ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ |ମୋଚିସାହି, ମାର୍କେଟ ଛକ, ଓ ଜେଲ ରୋଡ଼ ରେ ନୂତନ ଭାବେ ଗଢି ଉଠିଥିବା ମାର୍କେଟ କମ୍ପ୍ଲେକ୍ସ ରେ ଦୋକାନ ଗୃହ ଆବଣ୍ଟନ ବେଳେ ଉଛେଦ ଓ କ୍ଷତି ଗ୍ରସ୍ତ ଦୋକାନୀ ମାନଙ୍କୁ ଜିଲ୍ଲା ପ୍ରଶାସନ ଭୁଲି ଯାଇଛନ୍ତି |ଏହା ବିରୁଦ୍ଧରେ କ୍ଷତିଗ୍ରସ୍ତ ଦୋକାନୀ ସଙ୍ଘ, ପୁରୀ ତରଫରୁ ଆଇନୀଜୀବୀ ଶରତ କୁମାର ରାୟଗୁରୁ ଙ୍କ ନେତୃତ୍ୱ ରେ ଶତାଧିକ ଦୋକାନୀ ସୁବାଷ ବୋଷ ଛକରୁ ଶୋଭାଯାତ୍ରା ରେ ଆସି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ |
ଏଦିଗରେ ପ୍ରଶାସନ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସମସ୍ତ ଦୋକାନୀ ମାନେ ପିଲା ଛୁଆ ନେଇ ଅନିର୍ଦ୍ଧିଷ୍ଟ କାଳ ଧାରଣା ରେ ବସିବେ ବୋଲି ଶ୍ରୀ ରାୟଗୁରୁ ଗଣମାଧ୍ୟମ କୁ କହିଛନ୍ତି |ଅନ୍ୟମାନଙ୍କ ମଧ୍ୟରେ ବିଜୟ ଦାସ, ମନୋରଞ୍ଜନ ମହାରଣା, ଯୋଗେନ୍ଦ୍ର ପଣ୍ଡା,ମନୋରଞ୍ଜନ ସାହୁ,ପ୍ରଶାନ୍ତ ମହାନ୍ତି, ନୀଳକଣ୍ଠ ପଣ୍ଡା, ପ୍ରଶାନ୍ତ ବିଶୋଇ, ଲଷ୍ମୀଧର ମାଝୀ, ରଘୁନାଥ ପାଇକରାୟ,ଆଦିତ୍ୟ ଜେନା ପ୍ରମୁଖ ଆନ୍ଦୋଳନ ରେ ନେତୃତ୍ୱ ନେଇଥିଲେ