ଭୁବନେଶ୍ୱର, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆହୁରି ୪-୫ ଦିନ କାଳବୈଶାଖୀ ଲାଗି ରହିବ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଗୁରୁଚାପ ବଳୟ ପ୍ରଭାବରେ କାଳବୈଶାଖୀ ଦେଖାଦେଉଛି । ଆଗକୁ ୪/୫ ଦିନ ଏଭଳି କାଳବୈଶାଖୀ ଲାଗି ରହିବ।
ସେ କହିଛନ୍ତି ଯେ ଏବେ ସ୍ବାଭାବିକ ଠାରୁ ୩/୪ ଡିଗ୍ରୀ ତାପମାତ୍ରା କମ୍ ରହୁଛି । ୬ ତାରିଖ ବେଳକୁ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ୪୮ ଘଣ୍ଟା ପରେ ୮ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଥିବା ସେ ପ୍ରକାଶ କରିଛନ୍ତି ।