ଭୁବନେଶ୍ୱର, ଆସନ୍ତା ୨୦ ତାରିଖରେ ଓଡ଼ିଶା ଆଇନଜୀବୀ ପରିଷଦ ନିର୍ବାଚନ ପାଇଁ ସମ୍ବଲପୁର ଟାଉନରେ ହେବ ଭୋଟିଂ। ସମ୍ବଲପୁର ଟାଉନରେ ଥିବା ତିନୋଟି ବୁଥରେ ଭୋଟିଂ ହେବ ।
ମିଳିଥିବା ସୂଚନା ଅନୁସାରେ ସକାଳ ୧୦ ଟା ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଏହି ଭୋଟିଂ ଚାଲିବ । ସମ୍ବଲପୁର ଜିଲ୍ଲା ଜଜଙ୍କ ତତ୍ତ୍ଵାବଧାନରେ ଏହି ଭୋଟିଂ ହେବା ନେଇ ଓଡ଼ିଶା ଷ୍ଟେଟ ବାର୍ କାଉନସିଲ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ତେବେ ସମ୍ବଲପୁରରେ ହନୁମାନ ଜୟନ୍ତୀ ସମୟରେ ହୋଇଥିବା ହିଂସା ଯୋଗୁଁ ଧାରା ୧୪୪ ଲାଗୁ କରାଯାଇଥିଲା। ଯେଉଁଥିପାଇଁ ସମ୍ବଲପୁର ଟାଉନରେ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ପାଇଁ ଭୋଟିଂ ହୋଇ ପାରିନଥିଲା ।