ଭୁବନେଶ୍ବର, ଆଗାମୀ ଛଅ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ୭ ତାରିଖ ବେଳକୁ ଏହି ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । 8 ତାରିଖ ବେଳକୁ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି ।
ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗକୁ ଗତି କରିବା ସମ୍ଭାବନା ରହିଥିବା ବେଳେ ଅବପାତଟି ଅଧିକ ଘନୀଭୂତ ହେବା ନେଇ ପାରିପାର୍ଶ୍ବିକ ସ୍ଥିତି ଅନୁକୂଳ ରହିଛି ବୋଲି ଟ୍ୱିଟରେ କୁହାଯାଇଛି ।