-
ଶ୍ରମିକ ଶ୍ରେଣୀ ମିଳିତ ସଂଗ୍ରାମ ଚଳାଇବା ପାଇଁ ଆହ୍ୱାନ
ଭୁବନେଶ୍ୱର, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନଙ୍କର ମିଳିତ ମଂଚ ପକ୍ଷରୁ ରାଜଧାନୀ ଭୁବନେଶ୍ୱରଠାରେ ବିଶ୍ୱ ଶ୍ରମିକ ଦିବସ ମଇ ପହିଲା ପାଳିତ ହୋଇଯାଇଛି । ପୂର୍ବାହ୍ନରେ ସମସ୍ତେ ନିଜ ନିଜ ଅଫିସରେ ପତାକା ଉତ୍ତୋଳନ କଲାପରେ ଅପରାହ୍ନରେ ଶୋଭାଯାତ୍ରା ଓ ମିଳିତ ସମାବେଶ ଅନୁଷ୍ଠିତ ହୋଇଥିଲା ।
ଅପରାହ୍ନ ୫ଟାବେଳେ ଏଆଇଟିୟୁସି ପକ୍ଷରୁ ଅଶୋକ ନଗରସ୍ଥିତ ଭଗବତୀ ଭବନଠାରୁ ସୁର ଜେନାଙ୍କ ନେତୃତ୍ୱରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ବାହାରି ରାଜମହଲ ପରିକ୍ରମା ପୂର୍ବକ ମାଷ୍ଟରକ୍ୟାଂଟିନ ଛକଠାରେ ପହଂôଚଥିଲା । ସେଠାରେ ଶ୍ରମିକ ନେତା ସୁର ଜେନା, ସୁର ରାଉତରାୟ ଓ ପ୍ରଣତି ମିଶ୍ରଙ୍କୁ ନେଇ ଗଠିତ ସଭାପତିମଣ୍ଡଳୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।
ଏହି ସମାବେଶରେ ଆଇଏନଟିୟୁସି ନେତା କିଶୋର ଜେନା, ସିଟୁ ନେତା ଦୁଷ୍ମନ୍ତ ଦାସ, ଏଆଇଟିୟୁସି ନେତା ସଞ୍ଜୀବ ପତି, ଏଆଇସିସିଟିୟୁ ନେତା ମହେନ୍ଦ୍ର ପରିଡ଼ା ଓ ୟୁଟିୟୁସି ଲେନିନ୍ ସରଣୀର ନେତା ପୂର୍ଣ୍ଣଚନ୍ଦ୍ର ବେହେରା ଉଦ୍ବୋଧନ ଦେଇ ୧୮୮୬ ମଇ ପହିଲାରେ ୮ଘଂଟା ଶ୍ରମ ଦିବସ ପାଇଁ ଆମେରିକାର ଶ୍ରମିକ ଶ୍ରେଣୀ କିଭଳି ପ୍ରଥମ ସାଧାରଣ ଧର୍ମଘଟ ସହିତ ପ୍ରାଣବଳୀ ଦେଇଥିଲେ ତାହା ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଶ୍ରମିକ ଶ୍ରେଣୀ ଶହ ଶହ ବର୍ଷର ସଂଗ୍ରାମ ଫଳରେ ଯେଉଁସବୁ ଅଧିକାର ହାସଲ କରିଥିଲା, ମୋଦି ସରକାର ୪ଟି ଲେବର କୋଡ୍ରେ ସେସବୁକୁ ଛଡ଼ାଇ ନେଇଥିବାରୁ ତା’ର ପୁନରୁଦ୍ଧାର ପାଇଁ ମିଳିତ ସଂଗ୍ରାମର ଆହ୍ୱାନ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ନାୟକ, ଶଙ୍କର ବାରିକ, ଶରତ ସ୍ୱାଇଁ, ଶିବ ବେହେରା, ପଂଚାନନ ସାହୁ, ଡାକ େହେମ୍ବ୍ରମ୍, ନାନିକା ମୁଣ୍ଡା ଓ ଦେବ ସାହୁ ପ୍ରମୁଖ ଏହି ଶୋଭାଯାତ୍ରା ଓ ସମାବେଶର ନେତୃତ୍ୱ ନେଇଥିଲେ ।