-
ପୁରୀ ରେ ମୃତ୍ତିକା ସଂରକ୍ଷଣ ରେ ଗୋବର ପ୍ରୟୋଗ ର ରାଷ୍ଟ୍ରୀୟ କର୍ମଶାଳା

ପୁରୀ: ୨.୫ ସ୍ଥାନୀୟ ରୁମାନି ହୋଟେଲ ପରିସର ରେ ରାଷ୍ଟ୍ରୀୟ ମୃତ୍ତିକା ସଂରକ୍ଷଣ ରେ ଗୋବରଖତ ର ପ୍ରୟୋଗ ସହିତ ଗୋସଂପଦ ସୁରକ୍ଷା ସଂପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଛି। ଗୋମାତା ସେବାଫୋରମ, ସୁରଭି ଗୋଧାମ ଚାରିଟେବୁଲ ଟ୍ରଷ୍ଟ , ଗୋବିନ୍ଦ ଗୋଧାମ ଗୋଶାଳା ତରଫ ରୁ ମିଳିତ ପ୍ରୟାସ ରେ ଆଲୋଚିତ ଏହି କାର୍ଯକ୍ରମ ରେ ଦେଶର ବିଭିନ୍ନ ସ୍ଥାନରୁ ୩୫୦ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ମୂଖ୍ୟବକ୍ତା ରୂପେ ଗୁଜୁରାଟ ଅହମଦାବାଦ ର ବଂଶିଗିର ଗୋଶାଳା ର ଗୋପାଳ ଭାଇ ସୂତରୀୟା, ମହାରାଷ୍ଟ୍ର ନାଗପୁର ନିବାସୀ ତଥା ଭାରତ ସରକାର ଙ୍କ ପ୍ରାଣିକଲ୍ୟ।ଣ ବୋର୍ଡ ର ସଦସ୍ୟ ସୁନୀଲ ମାନସିଂହକା ଯୋଗଦେଇ ମୃତ୍ତିକା ରେ ଯୋଗ୍ୟତା କିଭଳି ପ୍ରୟୋଗ ହୋଇପାରିବ ସେ ସଂପର୍କରେ ବିଶେଷ ସୁଚନା ଦେବା ସହିତ ଗୋ ସମ୍ପଦ ର ସୁରକ୍ଷା ହେଲେ ବିଶ୍ଵର କଲ୍ୟାଣ ହେବ ବୋଲି କହିଥିଲେ I ଗୋସେବା ଫୋରମ୍ ର ମୁଖ୍ୟ ବିଜୟ ଟେବରିୱାଲ ଚାଷୀ ମାନଙ୍କୁ ଶପଥ ପାଠ କରାଇଥିଲେ। ଏକବର୍ଷ ପାଇଁ ଚାଷ ଜମିରେ ରାସାୟନିକ ସାର ପ୍ରୟୋଗ ନକରି ଗୋବର ଖତ ପ୍ରୟୋଗ କରିବା ପାଇଁ । ଏହି କାର୍ଯ୍ୟକ୍ରମକୁ ଗୋବିନ୍ଦ ଗୋଧାମ ଗୋଶାଳା ର ମୁଖ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ପରିଚାଳନା କରିଥିଲେ।