ଗଞ୍ଜାମ, ମାର୍ଚ୍ଚ ମାସ ୨ ତାରିଖରୁ ସରଧାବାଲି ମୁଖ୍ୟରାସ୍ତାରେ ଥିବା ପୁରୁଣା ବ୍ରିଜକୁ ନୂତନ ଭାବେ ତୟାର କରିବା ପାଇଁ ବ୍ରହ୍ମପୁର ମୁନିସିପାଲିଟି ଦ୍ଵାରା ଭଙ୍ଗା ଯାଇଅଛି । ଉକ୍ତ ବ୍ରିଜ ପାଖଦେଇ ସରଧାବାଲି ବାସିନ୍ଦାଙ୍କୁ ପାଣି ଯୋଗାଇବା ପାଇଁ ପାଇପଲାଇନ ସଂଯୋଗ ହୋଇଥିବା ପାଇପକୁ ଟେମ୍ପରାରି ସ୍ଥାନାନ୍ତରିତ କରାଗଲେ ସରଧାବାଲି ବାସିନ୍ଦା ପାଣି ପାଇବାରୁ ବଂଚିତ ହେବ ନାହିଁ ଏବଂ ବ୍ରିଜ କାମ କଲେ ପାଇପଟି କ୍ଷତି କିମ୍ବା ଫାଟିବ ନାହିଁ । କିନ୍ତୁ, ପରିତାପର ବିଷୟ, ଏଠାକାର ଆସୋସିଏସନ ତଥା ବାସିନ୍ଦାମାନେ ତୁରନ୍ତ ଏହି ବ୍ରିଜ କାମ ଶେଷ କରିବାକୁ ବାରମ୍ବାର ଉଭୟ ପି.ଏଚ.ଡ଼ି. ଏବଂ ମ୍ୟୁନିସିପାଲିଟି ବିଭାଗୀୟ କର୍ତୃପକ୍ଷଙ୍କୁ ଅବଗତ ତଥା ଅନୁରୋଧ କରି ଆସୁଥିଲେ ମଧ୍ୟ କେହି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ଫଳରେ ଯେତେ ଦିନଯାଏ ଏହି ପାଣି ପାଇପଟି ସ୍ଥାନାନ୍ତରିତ ହେଉନାହିଁ, ସେତେ ଦିନ ପର୍ଯ୍ୟନ୍ତ ଉକ୍ତ ବ୍ରିଜ କାମଟି ହୋଇପାରିବନାହଁ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ।
ବ୍ରିଜ ଭଙ୍ଗାଯିବା ପରଠାରୁ ୨୦୦୦ ଉର୍ଦ୍ଧ୍ଵ ବାସିନ୍ଦା ତଥା ବୃଦ୍ଧବୃଦ୍ଧା ଯାତାୟତ ପାଇଁ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ମ୍ୟୁନିସିପାଲିଟି କର୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।