ଭୁବନେଶ୍ୱର, ବିଶିଷ୍ଟ ସର୍ବୋଦୟ ନେତା ନିଶାକର ଦାସଙ୍କର ଆଜି ସକାଳ ସାଢ଼େ ୫ଟା ସମୟରେ କୋରାପୁଟ ଜିଲ୍ଲାର ପାଡୁଆସ୍ଥିତ କୁଲାବୀର ଆଶ୍ରମରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 102 ବର୍ଷ ହୋଇଥିଲା । ସେ ୧୯୨୧ ମସିହା ମାର୍ଚ୍ଚ ୨୦ ତାରିଖରେ ଯାଜପୁର ଜିଲ୍ଲା ସିଂହପୁରରେ ଜନ୍ମଗ୍ରହଣ କରିଥିଲେ।
ସେ ରମାଦେବୀ, ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀ, ମନମୋହନ ଚୌଧୁରୀ ଆଦିଙ୍କ ସଂସ୍ପର୍ଶରେ ଆସି ଗାନ୍ଧୀ – ସର୍ବୋଦୟ ଆନ୍ଦୋଳନରେ ସାମିଲ ହୋଇଥିଲେ ।
ସେ କୋରାପୁଟ ଜିଲ୍ଲାରେ ଗ୍ରାମ ସ୍ଵରାଜ୍ୟର ବାର୍ତ୍ତା ପ୍ରଚାର କାମରେ ଲାଗିରହିଥିଲେ। ଉତ୍କଳ ସର୍ବୋଦୟ ମଣ୍ଡଳ, ରାଷ୍ଟ୍ରୀୟ ଯୁବା ସଂଗଠନ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଆଦି ସଂଗଠନର ମାର୍ଗଦର୍ଶକ ରୂପେ ଅଦ୍ୟାବଧି ଅବସ୍ଥାପିତ ଥିଲେ।