ନୂଆଦିଲ୍ଲୀ, ଏକ ଲକ୍ଷରୁ ଅଧିକ ହିତାଧିକାରୀ ପଞ୍ଜିକରଣ ଅତିକ୍ରମ କରିଥିବା ଜାତୀୟ ଏସସି-ଏସଟି ହବ ଯୋଜନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ନାରାୟଣ ରାଣେଙ୍କୁ ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏମଏସଏମଇକୁ ମଜବୁତ କରିବା ସମାଜର ପ୍ରତ୍ୟେକ ବିଭାଗକୁ ମଜବୁତ କରିବା ସହିତ ସମାନ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଅନେକ ଅନେକ ଅଭିନନ୍ଦନ! ଏମଏସଏମଇ କ୍ଷେତ୍ରକୁ ସଶକ୍ତ କରିବା ଅର୍ଥ ସମାଜର ପ୍ରତ୍ୟେକ ବିଭାଗକୁ ସଶକ୍ତ କରିବା। ଜାତୀୟ ଏସସି-ଏସଟି ହବ ଯୋଜନାର ଏହି ସଫଳତା ଉତ୍ସାହଜନକ ଅଟେ।”