ବଲାଙ୍ଗିର, ପୁଣି ବଲାଙ୍ଗିର ଆସିଲା କ୍ରାଇମବ୍ରାଞ୍ଚ ଟିମ୍ । ନକଲି ସାର୍ଟିଫିକେଟ କାରବାରର ଖୋଳତାଡ ପାଇଁ ପୁଣି ଥରେ ବଲାଙ୍ଗିର ଆସିଛି କ୍ରାଇମ୍ବ୍ରାଞ୍ଚ ଟିମ୍ । ଗତ ଅପ୍ରେଲ ୧ ତାରିଖରେ ନକଲି ସାର୍ଟିଫିକେଟର ଖୋଳତାଡ କରିବା ପାଇଁ କ୍ରାଇମ୍ବ୍ରାଞ୍ଚ ଟିମ୍ ବଲାଙ୍ଗିର ଆସି ୧୫ ଦିନ ଧରି ଏଠାରେ ଡେରା ପକାଇଥିଲା। ନକଲି ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଏବଂ ଆଲୋକ ଉଦ୍ଗାତାଙ୍କ ସମେତ ୪ ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରିଥିଲେ ଏବଂ ୭ ଜଣ ବ୍ୟକ୍ତିଙ୍କୁ ଧରି ପଚରା ଉଚୁରା ପରେ ସେହି ବ୍ୟକ୍ତିଙ୍କୁ ନୋଟିସ୍ ଦେଇ ଛାଡି ଦେଇଥିଲେ । କାହାରିକୁ ଗିରଫ କରି ନଥିଲେ । ୧୫ ଦିନ ପର୍ଯ୍ୟନ୍ତ ତଦନ୍ତ ପରେ ବଲାଙ୍ଗିର ଛାଡିଥିଲେ କ୍ରାଇମବ୍ରାଞ୍ଚ । ହେଲେ ଗତକାଲି ପୁଣି ଥରେ ବଲାଙ୍ଗିର ଫେରିଛି କ୍ରାଇମ୍ବ୍ରାଞ୍ଚ ଟିମ। ସହର ଭିତରେ ପଇଁନ୍ତରା ମାରୁଛି କ୍ରାଇମ୍ବ୍ରାଞ୍ଚ । ତେବେ ଏଥର କିଛି ଅଭିଯୁକ୍ତଙ୍କୁ କାଇମ୍ବ୍ରାଞ୍ଚ ଗିରଫ କରିପାରେ ବୋଲି ସାଧାରଣରେ ଆଲୋଚନା ହେଉଛି । କ୍ରାଇମବ୍ରାଞ୍ଚର ପରବର୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।
Related Stories
November 23, 2024