
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଶ୍ରୀବିଶ୍ବନୟନ ଐଶ୍ୱରୀୟ ପରିଷଦ ପୁରୀ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏକ ଜଳ ସେବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଉକ୍ତ ଜଳସେବା କାର୍ଯ୍ୟକ୍ରମ କୁ ସନାତନ ଧର୍ମ ପ୍ରଚାରକ ସ୍ବାମୀ ସତ୍ୟାନନ୍ଦ ଦାସ ମହାରାଜା ଉଦ୍ଘାଟନ କରିଥିଲେ। ପରିଷଦର ସଭାପତି ଡାକ୍ତର ସୈମ୍ଯକାନ୍ତ ପଣ୍ଡା ମାନବ ସେବା ହିଁ ମାଧବ ସେବା ଏହି ପରିଷଦର ମୁଖ୍ୟ ଲକ୍ଷ୍ୟ ବୋଲି କହିବା ସହିତ ପ୍ରଭୁଙ୍କର ଅପାର କରୁଣା ରହିଲେ ପ୍ରତି ବର୍ଷ ଏହି ସେବା ଆମେ ଭକ୍ତଙ୍କୁ ଯୋଗାଇ ଦେଇ ପାରିବୁ ବୋଲି ମତ ପ୍ରକାଶ କରିଥିଲେ। ଯାଜପୁର ର ସମାଜସେବୀ ମୋହନ ମହାରଣା “ବଡ଼ଦାଣ୍ଡ ରେ ଭକ୍ତଙ୍କ ସେବା କରିବା ଭାଗ୍ୟ ରେ ଥିଲେ ମିଳେ ବୋଲି କହିଥିଲେ”।
ସାମ୍ବାଦିକ ଲକ୍ଷ୍ମୀ ପଟନାୟକ, ଗଜେନ୍ଦ୍ର ସେନାପତି , ଶିବପ୍ରସାଦ ପଣ୍ଡା,ଦୁର୍ଗା ସାହୁ , ହିମାଂଶୁ ମହାପାତ୍ର ଓ ସମ୍ପାଦିକା ତୃପ୍ତି ପଣ୍ଡା କାର୍ଯ୍ୟକ୍ରମ ଟି ରେ ସହଯୋଗ କରିଥିଲେ।