ନୂଆଦିଲ୍ଲୀ, ଗୁଜରାତ ପ୍ରତିଷ୍ଠା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀ ଓ ବିଶେଷ ଭାବେ ଗୁଜରାତବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ଗୁଜରାତର ଭୂମି ମହାତ୍ମା ଗାନ୍ଧୀ ଓ ସର୍ଦାର ପଟେଲଙ୍କ ଭଳି ମହାନ ବିଭୁତି ମାନଙ୍କର ଭୂମି । ଏଠାକାର ଉଦ୍ୟମୀ ଓ ଉନ୍ନତିଶୀଳ ଲୋକ ମାନେ ଦେଶର ବିକାଶ ପାଇଁ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । ଗୁଜରାତ ସତତ ପ୍ରଗତି ପଥରେ ଅଗ୍ରସର ହେଉ ଓ ରାଜ୍ୟର ନିବାସୀ ମାନଙ୍କର ସୁଖ ସମୃଦ୍ଧିରେ ବୃଦ୍ଧି ହେଉ ଏତିକି କାମନା କରୁଛି ।