ଜୟପାଟଣା- ଜୟପାଟଣା ବ୍ଲକ ଅନ୍ତର୍ଗତ ଧନଶୁଲୀ ଗ୍ରାମ ପଂଚାୟତର ଭୌଗୋଳିକ ସ୍ଥିତି ଦୁର୍ଗମ ଗମନାଗମନର ପ୍ରତିକୂଳତାକୁ ନଜରରେ ରଖି ଧନଶୁଳୀ ପଂଚାୟତ ମହକୁମାରେ ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଜାତୀୟ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ଆରମ୍ଭ କରାଯାଇଥିଲା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲକ୍ଷ୍ୟହାସଲ କରି ଆସୁଥିବା ସମୟରେ କିଛି ଅଭିଯୋଗକାରୀଙ୍କ ପାଇଁ ଏବେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବରେ ବିଗିଡ଼ି ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଡାକ୍ତରଖାନା ଏବେ ସେବା ନିବୃତ ହୋଇ ଆସୁଥିବାବେଳେ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ମରୀଚିକା ପାଲଟିବାକୁ ବସିଥିବା ପ୍ରକାଶ କରନ୍ତି ।
ସୂଚନାରୁ ପ୍ରକାଶ ଯେ ଗତ ୨୦୦୮ ଜୁନ୍ ମାସରେ ଧନଶୁଲୀ ଠାରେ ଅବସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ କୌଣସି ଏକ ସ୍ୱେଚ୍ଛାସେବୀ ସଂଘକୁ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା । ଚୁକ୍ତି ମୁତାବକ ଜଣେ ଏମବିବିଏସ ଆୟୁସ ଡାକ୍ତର, ଫାର୍ମାସିଷ୍ଟ, ଏଲଟି ଷ୍ଟାପ୍ ନର୍ସ, ଏଟେଣ୍ଡେଂଟ ସମେତ ଗୋଟିଏ ଏମ୍ବୁଲାନ୍ସ ମଧ୍ୟ ନିୟୋଜିତ ରହି ଳୋକଙ୍କ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରାଯାଉଥିଲା । ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରି ଆସୁଥିବା ଅନୁÂାନ ପ୍ରତି କିଛି ମୁଷ୍ଟିମେୟ ଅଭିଯୋଗକାରୀ ଅଭିଯୋଗ ହେତୁ ସ୍ୱେଚ୍ଛାସେବୀ ଅନୁÂାନକୁ ସ୍ୱାସ୍ଥ୍ୟସେବା ଦାୟିତ୍ୱରୁ ନିବୃତ ରଖାଗଲା । ସରବର୍ତୀ ଅବସ୍ଥାରେ ୨୦୨୦ ଫେବୃଆରୀ ୨ରେ ପରିଚାଳନା ଦାୟିତ୍ୱ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନେବାକୁ ପଡ଼ିଲା । ସେହିଦିନ ଠାରୁ ଡାକ୍ତର ପଦବୀ ଖାଲି ପଡ଼ିଥିବାବେଳେ ଜଣେ ମାତ୍ର ଫାର୍ମାସିଷ୍ଟ ଜଣେ ଏଟେଣ୍ଡେଂଟଙ୍କ ଦ୍ୱାରା ଡାକ୍ତରଖାନା ପରିଚାଳିତ ହେଉଥିବାବେଳେ ସେମାନଙ୍କ ଇଚ୍ଛାନୁଯାୟୀ ଡାକ୍ତରଖାନା ଖୋଲା ଯାଇଥିବା ଓ ବନ୍ଦ କରାଯାଉଥିବା ଲୋକେ ଅଭିଯୋଗ କରନ୍ତି । ଡାକ୍ତରଖାନାର ଅନିୟମିତତା ବଢ଼ିବା ହେତୁ ସ୍ଥାନୀୟ ରୋଗୀଙ୍କୁ ବିଭିନ୍ନ କ୍ୱାକ ମାଧ୍ୟମରେ ଚିକିତ୍ସା କରାଯାଇ ଅନେକ ଖର୍ଚ୍ଚାନ୍ତ ହେଉଥିବା ଲୋକେ ପ୍ରକାଶ କରନ୍ତି । ଏପରିକି ବିଭିନ୍ନ ସମୟରେ ଡାକ୍ତରଖାନା ଓ ଗେଟ୍ ସମ୍ମୁଖରେ ତାଲା ପଡ଼ି ରହୁଥିବା କ୍ଷୋଭର ସହିତ ପ୍ରକାଶ କରନ୍ତି । ଏହି ଡାକ୍ତରଖାନା ଉପରେ ୩୪ ହଜାର ଜନସାଧାରଣ ନିର୍ଭର କରି ଆସୁଥିବାବେଳେ ଏପରି ସ୍ଥିତି ଜାରି ରହିଲେ ଏ ଅଂଚଳର ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟୟ ହୋଇପଡ଼ିବ ବୋଲି ଲୋକେ ଆଶଙ୍କା କଲେଣି । ସାମ୍ପ୍ରତିକ ସ୍ଥିତିରେ ଲୋକ ପ୍ରତିନିଧିଙ୍କ ନିରବତା ପରିସ୍ଥିତିକୁ ଆହୁରି ଜଟିଳ କରୁଛି ବୋଲି ଲୋକେ ଆଲୋଚନା କରୁଛନ୍ତି ।