-
ବଣମଲ୍ଲୀଙ୍କୁ ଲୋକଲୋଚନକୁ ଆଣିବାର ବଡ଼ ମାଧ୍ୟମ ହୋଇଛି ‘ମନ୍ କି ବାତ୍’- ଧର୍ମେନ୍ଦ୍ର ପ୍ରଧାନ
-
ଦେଶବାସୀଙ୍କୁ ମନ୍ କି ବାତର ଐତିହାସିକ ୧୦୦ତମ ଅଧ୍ୟାୟର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
-
ଆଜି ସାଧାରଣ ଲୋକଙ୍କ ପ୍ରେରଣାଦାୟୀ କାହାଣୀକୁ ଉତ୍ସବ ଭାବରେ ପାଳନ କରିବାର ଅବସର
-
୯୯ତମ ଅଧ୍ୟାୟ ଭଳି ମନ କି ବାତର ୧୦୦ତମ ଅଧ୍ୟାୟ ଦେଶବାସୀଙ୍କୁ ଆହ୍ଲାଦିତ କରିଛି
-
ଏହି କାର୍ଯ୍ୟକ୍ରମ ଜାତୀୟ ଜାଗରଣକୁ ନୂଆ ଦିଶା ଦେବା ସହ ସାମାଜିକ କଲ୍ୟାଣ ପାଇଁ ସମସ୍ତଙ୍କୁ ମିଳିତ କାର୍ଯ୍ୟ କରିବା ପାଇଁ ପ୍ରେରିତ କରୁଛି
-
ପ୍ରଧାନମନ୍ତ୍ରୀ ସମାଜସେବୀ ପଦ୍ମଶ୍ରୀ ସ୍ୱର୍ଗତ ଡି. ପ୍ରକାଶ ରାଓଙ୍କ ସ୍ମୃତିଚାରଣ କରି ସଠିକ୍ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି
ଶ୍ରୀ ପ୍ରଧାନ ମନ୍ କି ବାତର ଐତିହାସିକ ୧୦୦ତମ ଅଧ୍ୟାୟ ପୂରଣ ହେବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ ଓଡ଼ିଶା ଏବଂ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ବଣମଲ୍ଲୀଙ୍କୁ ସମାଜରେ ପରିଚିତ କରାଯାଇଛି । ସେହିପରି ଓଡ଼ିଶାର ଅନେକ ଯୁବକ, ଯୁବତୀ ଓ ଅନେକ ଲୋକ ମାନଙ୍କର କଥା କାହାଣୀକୁ ମଧ୍ୟ ମନ କି ବାତରେ ପ୍ରତିଫଳିତ ହୋଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ଆଜିର ଐତିହାସିକ ଅଧ୍ୟାୟ ସାଧାରଣ ଲୋକଙ୍କ ପ୍ରେରଣାଦାୟୀ କାହାଣୀକୁ ଉତ୍ସବ ଭାବରେ ପାଳନ କରିବାର ଅନ୍ୟତମ ଅବସର । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଜାତୀୟ ଜାଗରଣକୁ ନୂଆ ଦିଶା ଦେବା ସହ ସାମାଜିକ କଲ୍ୟାଣ ପାଇଁ ସମସ୍ତଙ୍କୁ ମିଳିତ କାର୍ଯ୍ୟ କରିବା ପାଇଁ ପ୍ରେରିତ କରୁଛି । ୯୯ତମ ଅଧ୍ୟାୟ ଭଳି ମନ କି ବାତର ୧୦୦ତମ ଅଧ୍ୟାୟ ମଧ୍ୟ ଲୋକଙ୍କୁ ଆହ୍ଲାଦିତ କରିଛି । ଏହି ସ୍ୱତନ୍ତ୍ର ପ୍ଲାଟଫର୍ମ ସାଧାରଣ ନାଗରିକଙ୍କ ମଧ୍ୟରେ ଥିବା ଅସାଧାରଣ କୃତିତ୍ୱକୁ ଚିହ୍ନଟ କରୁଛି । ସମାଜରେ ସକାରାତ୍ମକ ସଚେତନତା ସୃଷ୍ଟି କରିବା ସହ ଦେଶବାସୀଙ୍କୁ ଏକାଠି କରିଛି ।
ମନ୍ କି ବାତର ଗୌରବମୟ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷା ନୀତି, ମାତୃଭାଷା ଏବଂ ଶିକ୍ଷାରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସହ ସମାଜକୁ ସକାରାତ୍ମକ ବାର୍ତ୍ତା ଦେଉଥିବା ଅନେକ ଅସାଧାରଣ ପ୍ରତିଭାଙ୍କ ବିଷୟରେ ଚର୍ଚ୍ଚା କରିଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶାର ସମାଜସେବୀ ପଦ୍ମଶ୍ରୀ ସ୍ୱର୍ଗତ ଡି. ପ୍ରକାଶ ରାଓଙ୍କ ସ୍ମୃତିଚାରଣ କରି ତାଙ୍କୁ ସଠିକ୍ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସ୍ୱର୍ଗତ ରାଓ ଚା’ ବିକି ନିଜର କଷ୍ଟ ଅର୍ଜିତ ଅର୍ଥରେ ଗରିବ ପିଲା ମାନଙ୍କୁ ପାଠ ପଢାଉଥିଲେ । ତାଙ୍କର ସେବା ମନୋଭାବ ସମାଜକୁ ସବୁ ଦିନ ପାଇଁ ଅନୁପ୍ରାଣିତ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।