ସମ୍ବଲପୁର, ସମ୍ବଲପୁର ସହରରୁ ହଟିଲା କର୍ଫ୍ୟୁ । ପ୍ରଶାସନ ପକ୍ଷରୁ ପୂର୍ବରୁ ୪ଟି ଥାନା ଅଂଚଳରୁ କର୍ଫ୍ୟୁ ହଟିଥିବା ବେଳେ ଏବେ ଧନୁପାଲି ଓ ଟାଉନ୍ ଥାନା ଅଂଚଳରୁ କର୍ଫୁ ହଟାଯାଇଥିବା ନେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରୀ ହୋଇଥିବା ବିଜ୍ଞପ୍ତିରୁ ଜଣାପଡିଛି । ତେବେ ପ୍ରଶାସନର ବିନା ଅନୁମତିରେ କୌଣସି ସଭା ସମିତି ବା ଶୋଭାଯାତ୍ରାର ଆୟୋଜନ ହୋଇପାରିବ ନାହିଁ ।
ସୂଚନା ଥାଉକି, ଗତ ୧୨ ତାରିଖ ହନୁମାନ ଜୟନ୍ତୀ ବାଇକ୍ ଶୋଭାଯାତ୍ରା ବେଳେ ପଥର ମାଡ଼ ଓ ଏହାର ପରବର୍ତି ସମୟରେ ଘଟିଥିବା ହିଂସାକାଣ୍ଡ ଯୋଗୁ ସମ୍ବଲପୁର ସହରର ମୋଟ ୬ଟି ଥାନା ଅଂଚଳରେ କର୍ଫ୍ୟୁ ଲାଗିଥିଲା ।