ଭୁବନେଶ୍ଵର, ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରୀ ରହିଛି । ଯାହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ସର୍ବାଧିକ ୩୭.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କନ୍ଧମାଳ ଜିଲ୍ଲାର ରାଇକିଆରେ ୩୦.୫ ମି.ମି., ବଲାଙ୍ଗିର ଜିଲ୍ଲାର ତୁରେଇକେଲାରେ ୨୭.୦, ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାରେ ୨୫.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ବାଲେଶ୍ଵର ଜିଲ୍ଲାର ରେମୁଣାରେ ଏବଂ କୋରାପୁଟ ଜିଲ୍ଲାର ଲମତାପୁଟରେ ସର୍ବନିମ୍ନ ୨୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।